ଲୁଗା ବଦଳାଇ ରଥ ଉପରେ ଅଣସେବକ, ଠାକୁର ମାହାଲ ନୋଟିସର ଉତ୍ତର ନଦେଇ ପୂର୍ବରୁ କରିଛନ୍ତି ବେଖାତିର

Published By : Prameya-News7 Bureau | July 02, 2022 IST

ନୀଳଗିରି,୨/୭: ନୀଳଗିରି ରଥଯାତ୍ରା ରଥ ଉପରେ ରହିଛନ୍ତି ଅଣସେବକ । ନା ଅଛି ଠାକୁର ମାହାଲ ତରଫରୁ ଅନୁମତି ନା ଦିଆଯାଇଛି ପ୍ରଶାସନ ତରଫରୁ ନିର୍ଦ୍ଦେଶ । ସମସ୍ତଙ୍କୁ ବେଖାତିର କରି ଜଣେ ଅଣ ସେବକ ରଥରେ ରହିବା ନଜରକୁ ଆସିବା ପରେ କ୍ୟାମେରା ଲେନ୍ସରେ ଧରାପଡି ମୁହଁ ଲୁଚାଇ ବୁଲୁଥିବା ନଜରକୁ ଆସିଛି । ନୀଳଗିରି ରଥଯାତ୍ରା ବେଶ ଧୁମଧାମରେ ପାଳନ ହୋଇଛି । ପୂର୍ବରୁ ପ୍ରଶାସନ ତରଫରୁ ଏକ ପ୍ରସ୍ତତି ବୈଠକରେ ରଥ ଉପରେ କେତେଜଣ ରହିବେ ଏନେଇ ସ୍ଥିର ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ତ୍ତବିଭାଗର ଏସଡ଼ିଓ ଉପରେ ୧୫ ଜଣ ରହିଲେ କୌଣସି ବିପଦ ନାହିଁ ବୋଲି କହିଥିଲେ। ପରେ ୨୦ ରୁ ୨୨ ଜଣ ଭିତରେ ସେବକ, ପୂଜକ, ପ୍ରଶାସନିକ ଅଧିକାରୀ ରହିବେ ବୋଲି କୁହାଯାଇଥିଲା ।

ହେଲେ ଆଜି ସବୁ ନିୟମକୁ ଫୁ କରି ଜଣେ ଯୁବକ ନଜରକୁ ଆସିଥିବା ଜଣାପଡିଛି । ଏପରିକି ୨୨ ଜଣରୁ ଉର୍ଦ୍ଧ୍ୱ ଲୋକ ଥିବାରୁ କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଗୋପୀନାଥପୁର ଅଞ୍ଚଳର ଭବାନୀ ଶଙ୍କର ବେହେରା ଠାକୁରମାହାଲର କୌଣସି ସେବକ ନଥାଇ ଆଜି ଲୁଗା ବଦଳାଇ ରଥ ଉପରେ ଥିବା ଦେଖିବାକୁ ମିଳିଛି।

ପେସାରେ ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ନିକଟ ଅତୀତରେ ମନ୍ଦିର ପ୍ରସାଦ ୨୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ଟେଣ୍ଡର ଧରିଥିଲେ। କୋଭିଡ କଟକଣା ଯିବାର ଗୋଟିଏ ବର୍ଷ ଅବଧି ପୂରଣ ପରେ ତାଙ୍କୁ ୨୦ ପ୍ରତିଶତ ଟଙ୍କା ଅର୍ଥାତ ୨୭ ଲକ୍ଷ ଟଙ୍କା ଜମାକରିବାକୁ ପତ୍ର ପ୍ରଦାନ କରାଯାଇଥିଲା । ଗତ ୨୨/୪/୨୦୨୨ ରିଖରେ ତାଙ୍କୁ ନୋଟିସ ରେଜେଷ୍ଟ୍ରି ଓ ଏଡି ପୋଷ୍ଟ ମାଧ୍ୟମରେ ଜଣାଯାଇଥିଲେ ମଧ୍ୟ ତାର ଉତ୍ତର ଫେରାଇ ନାହାନ୍ତି । ବର୍ଷ ବର୍ଷ ଧରି କୁଡୁଆ ପ୍ରସାଦ ବିକ୍ରି ଚାଲୁଥିବା ବେଳେ ମାସକୁ ୨.୨୫ ଲକ୍ଷଟଙ୍କା ଠାକୁରମାହାଲ କ୍ଷତି ସହୁଛି । ବେଆଇନ ପ୍ରସାଦ ପ୍ରସ୍ତୁତି ଚାଲିଥିବା ବେଳେ ଏ ଘଟଣା ନଥମୁଣୁ ଆଜି ଯୁବକ ଜଣକ ରଥ ଉପରେ ଏଭଳି ବେଶରେ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଖାଲି ସେତକ ନୁହଁ ଲୋକ ସମ୍ପର୍କ ସୂଚନା ଅଧିକାରୀ ଚୂଡାନ୍ତ ହୋଇଥିବା ସେବକଙ୍କୁ ଛାଡିଦେଇ ବାକିତକ ଓଲ୍ହାଇ ଯିବାକୁ କହିଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ତଳକୁ ନଆସି କ୍ୟାମେରାରେ ଧରା ପଡିବା ପରେ ମୁହଁ ଲୁଚାଇ ବୁଲୁଥିଲେ। ପୋଲିସ ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନ ଏଭଳି ଘଟଣା କିପରି ଜାଣି ପାରିଲେ ନାହିଁ ତାହା ଅଞ୍ଚଳବାସୀଙ୍କୁ ସନ୍ଦେହ ଉପୁଜିଛି। ରଥ ଉପରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ନେଇ କୌଣସି ଅଘଟଣ ଘଟିବା ପୂର୍ବରୁ ଉପଜିଲ୍ଲାପାଳ ଘଟଣା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.