ବିପଦ ସଙ୍କୁଳ ଅବସ୍ଥାରେ ଥିବା କୋଠା ଭୁଶୁଡିବା ପରେ ପ୍ରଶାସନର ଚେତା ପଶିଲା- ଭଙ୍ଗା ହେବ ଅନ୍ୟ ଦୁର୍ବଳ କୋଠା

Published By : Prameya-News7 Bureau | November 23, 2019 IST

ଜୟପୁର ୨୩।୧୧ -  ଜୟପୁର ବାରିଣୀପୁଟରେ ପରିତ୍ୟକ୍ତ ଘର ଭୁଶୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୪ଜଣଙ୍କ ଭିତରୁ ଜଣେ ନାବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ୩ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଜୟପୁର ଉପ ଜିଲ୍ଲାପାଳ । ସେପଟେ କୋଲାବ ଡିଭିଜନ ଅଧୀନରେ ଥିବା ଦୁର୍ବଳ କୋଠାକୁ ଖୁବ୍ ଶୀଘ୍ର ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅପର କୋଲାବ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ….

{"id":188838,"sizeSlug":"large"}

୭ ଘଣ୍ଟାର କଷ୍ଟସାଧ୍ୟ ଅପରେସନ । ରେସକ୍ୟୁ ସମୟରେ ଅତି ସତର୍କତାର ସହ ନେବାକୁ ପଡ଼ୁଥିଲା ଗୋଟିକ ପରେ ଗୋଟିଏ ଷ୍ଟେପ୍ । କାରଣ ଭଙ୍ଗା କଙ୍କ୍ରିଟ୍ ଛାତ ତଳେ ଫସି ରହିଥିଲା ୪ ଚାରିଟି ଜୀବନ । ସାମାନ୍ୟ ଏପଟ ସେପଟ ହେଲେ କାହାରି ବି ଜୀବନ ପ୍ରତି ରହିଥିଲା ବିପଦ । ତଥାପି ହିମତ୍ ହାରିନଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ଆଉ ଓଡ୍ରାଫ୍ ଟିମ୍ । ଜଣକ ପରେ ଜଣକୁ ଉଦ୍ଧାର କରିଥିଲେ । ହେଲେ ଶେଷରେ ଉଦ୍ଧାର ହୋଇଥିବା ନାବାଳକ ଆମୋଶ ଖରାକୁ କିନ୍ତୁ ବଂଚାଇ ହେଲାନି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮ବର୍ଷର ଆମୋଶର ମୃତ୍ୟୁ ହୋଇଥିଲା ।

{"id":188840,"sizeSlug":"large"}

କିଭଳି ଆଉ କେଉଁ ପରିସ୍ଥିତିରେ ବିପଦ ସଂକୁଳ ଅବସ୍ଥାରେ ଏହି ଘରଟିକୁ ଛାଡ଼ିଦିଆଯାଇଥିଲା ? କାହିଁକି ଏଭଳି ଦୁର୍ଘଟଣା ଘଟିଲା ତା’ର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜୟପୁର ଉପଜିଲ୍ଲାପାଳ ।

{"id":188841,"sizeSlug":"large"}

ଆଉ ପ୍ରଶ୍ନ ଉଠିବା ଦେଖି ସାମ୍ନାକୁ ଆସିଛନ୍ତି ଅପର କୋଲାବ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଆଉ କୋଲାବ ଡିଭିଜନ ଅଧୀନରେ ଥିବା ଦୁର୍ବଳ କୋଠାଗୁଡ଼ିକୁ ଖୁବ୍ ଶୀଘ୍ର ଭାଙ୍ଗାଯିବ ବୋଲି କହିଛନ୍ତି ।

ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ କାହିଁକି ଏହି ପରିତ୍ୟକ୍ତ ଘର ଭିତରେ ଥିଲେ ? କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା ? ତାହା ତ ପ୍ରଶାସନର ତଦନ୍ତ ପରେ ସାମ୍ନାକୁ ଆସିବ । ହେଲେ ଯେଉଁମାନଙ୍କ ପାଇଁ ଜଣେ ନାବାଳକର ଜୀବନ ଚାଲିଗଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.