ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ଓଟିଇଟି ପ୍ରଶ୍ନପତ୍ର ଓ ଉତ୍ତରଖାତା

Published By : Prameya-News7 Bureau | January 16, 2019 IST

ଜି.ଉଦୟଗିରି।ଭଦ୍ରକ ୧୬|୧: ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଲିକ୍ ହୋଇଛି । ଏଭଳି ଭାଇରାଲ ଅଭିଯୋଗ ଘଟଣା ଜି. ଉଦୟଗିରି ଓ ଭଦ୍ରକ ଅଞ୍ଚଳରୁ ଆସିଛି । ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଛି । କିନ୍ତୁ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍  ହେବାରେ ଲାଗିଛି । ଜି. ଉଦୟଗିରିରେ ଓଟିଇଟି ପରୀକ୍ଷାର ସେଟ୍ -ବି ପ୍ରଶ୍ନ ଓ ଉତ୍ତର ଖାତା ହସ୍ତଗତ ହୋଇଛି । ପରୀକ୍ଷା ପୂର୍ବରୁ ଏହା ଲିକ୍ ହୋଇଥିବା କୁହାଯାଉଛି ।

ସେପଟେ ଭଦ୍ରକରେ ବି ପରୀକ୍ଷା ପୂର୍ବରୁ ଉତ୍ତର ଖାତା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଆଜି ଓଟିଇଟିର ୨ଟି ପରୀକ୍ଷା ଥିବା ବେଳେ ଭାଇରାଲ୍ ହେଉଥିବା ଉତ୍ତରପତ୍ର ଅସଲି କି ନକଲି ଜଣାପଡିନାହିଁ ।

ଅନ୍ୟପଟେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍‌ । ସେ କହିଛନ୍ତି ଘଟଣାର ଅନୁଧ୍ୟାନ ଚାଲିଛି । କେଉଁ ସ୍ଥାନରୁ ଲିକ୍‌ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣା ସତ ହୋଇଥିଲେ, ପରୀକ୍ଷା ବାତିଲ୍ ହେବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.