ଆସନ୍ତା ୩୧ରେ ସ୍ପେଶାଲ ଓଟିଇଟି ପରୀକ୍ଷା, ଫର୍ମ ଫିଲପ ପାଇଁ ୨ ଦିନ ସମୟ

Published By : Prameya-News7 Bureau | January 17, 2023 IST

କଟକ ୧୭।୦୧ : ଆସନ୍ତା ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି ପରୀକ୍ଷା । ଫର୍ମ ଫିଲପ ପାଇଁ ମାତ୍ର ୨ ଦିନର ଅବଧି ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫର୍ମ ଫିଲପ ଅଫ-ଲାଇନ୍‌ରେ ହେବ । ତାହା ପୁଣି କଟକ ସ୍ଥିତ ବୋର୍ଡ ଅଫିସରେ । ତେଣୁ ଓଟିଇଟି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ପ୍ରାୟ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଏବେ ବୋର୍ଡ କାର୍ଯ୍ୟାଳୟ ଆଗରେ ଭିଡ଼ ଜମାଇଛନ୍ତି ।

{"id":734069,"sizeSlug":"full","linkDestination":"none"}

ପ୍ରଥମେ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ପରୀକ୍ଷାର୍ଥୀ  । କିନ୍ତୁ ଆଜି ଏତେ ସଂଖ୍ୟକ ଲୋକ ଏକତ୍ରିତ ହେବାର କାରଣ ହେଉଛି ଅଲଗା । ଏମାନେ ହେଉଛନ୍ତି ସେହି ପରୀକ୍ଷାର୍ଥୀ, ଯେଉଁମାନେ ଓଟିଇଟି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି । ସାନି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମାନେ ସମସ୍ତେ ଫର୍ମ ଫିଲପ କରିବାକୁ କେଉଁ ଦୂର ଦୁରାନ୍ତରୁ ଛୁଟି ଆସିଛନ୍ତି କଟକ ।

{"id":734070,"sizeSlug":"full","linkDestination":"none"}

ଗତ ସପ୍ତାହରେ ପ୍ରକାଶ ପାଇଥିଲା ଓଟିଇଟି ପରୀକ୍ଷାଫଳ। ଯାହାକୁ ନେଇ ଅନେକ ବିଭ୍ରାଟ ହୋଇଥିବାର ଅଭିଯୋଗ ହେଲା । ପ୍ରାୟ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଫେଲ ହୋଇଛନ୍ତି । ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ପାଇଁ ଆସନ୍ତା ୩୧ ତାରିଖରେ ସାନି ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ହୋଇଛି।  ଏବଂ ସେଥିପାଇଁ ଅଫ ଲାଇନରେ ଫର୍ମଫିଲପ କରିବାପାଇଁ ମାତ୍ର ୨ ଦିନର ମହଲତ ଦେଇଛି ବୋର୍ଡ। ଏହା ବ୍ୟତୀତ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ବୋର୍ଡ ।  ଯାହାକୁ ନାପସନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.