ସ୍ପେସାଲ୍ ଓଟିଇଟି ପରୀକ୍ଷା ବାତିଲ, ଖୁବଶୀଘ୍ର ବୋର୍ଡ ପକ୍ଷରୁ ଘୋଷଣା ହେବ ନୂଆ ତାରିଖ

Published By : Prameya-News7 Bureau | July 20, 2025 IST

ଭୁବନେଶ୍ୱର : ସ୍ପେସାଲ୍ ଓଟିଇଟି ପରୀକ୍ଷା ବାତିଲ । ରବିବାର ହେବାକୁ ଥିବା ଇନ୍ ସର୍ଭିସ୍ ଶିକ୍ଷକମାନଙ୍କ ପାଇଁ ହେବାକୁ ଥିବା ସ୍ପେସାଲ୍ ଓଟିଇଟି ପରୀକ୍ଷା ବାତିଲ ହୋଇଛି। ଯାହାଫଳରେ ରାଜ୍ୟର ୭୫ ହଜାର ଶିକ୍ଷକ ନିରାଶ ହୋଇଛନ୍ତି । 

ଖବର ଅନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୂରି ବୁଲୁଛି। ଦୁଇଟି ଯାକ ପେପର୍ ର ଅଧିକାଂଶ ପ୍ରଶ୍ନ ଏବଂ ତା'ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍ ରୁ ମୋବାଇଲ୍ କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି। ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି। ପରୀକ୍ଷା ଆଗରୁ ହ୍ଵାଟସ୍ ଆପ୍, ଇନ୍ ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସୋସିଆ ଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟାସତ ସତ୍ୟ ଥିବା ଜଣାପଡ଼ିବା ପରେ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ପରୀକ୍ଷାର୍ଥୀ ତଥା ଇନ୍ ସର୍ଭିସ୍ ଶିକ୍ଷକମାନଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ପରୀକ୍ଷା ବାତିଲ ଯୋଗୁ ରାଜ୍ୟରେ ୭୫ ହଜାରରୁ ଅଧିକ ନିରାଶ । ଏହି ହାତଲେଖା ଓଟିଇଟି ପ୍ରଶ୍ନ କେଉଁଠୁ ଆସିଲା ତାହା ଜଣା ପଡ଼ି ନଥିଲେ ମଧ୍ୟ ଏହାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପରୀକ୍ଷା ବାତିଲ୍ କରିବା ସହ ପରୀକ୍ଷାର ପରବର୍ତ୍ତୀ ସୂଚୀ ସମ୍ପର୍କରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି କୁହାଯାଇଛି । ୭୫ ହଜାର ୪୦୩ ଜଣ ଇନ୍ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ। ଏଥି ଲାଗି ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା।
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.