ମାଲକାନଗିରିରେ ପରୀକ୍ଷା ପୂର୍ବରୁ ଓଟିଇଟି ଉତ୍ତର ଭାଇରାଲ୍, ସୋସିଆଲ୍ ମିଡିଆରେ ଘୁରିବୁଲୁଛି ୬ ସେଟ୍‌ର ଉତ୍ତର

Published By : Prameya-News7 Bureau | August 29, 2022 IST

ମାଲକାନଗିରି ୨୯।୮: ସାରା ରାଜ୍ୟରେ ସୋମବାର ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ୩ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ସେଣ୍ଟରରେ ମୋଟ୍ ୮୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ତେବେ ପରୀକ୍ଷା ପୂର୍ବରୁ ସମସ୍ତ ପ୍ରଶ୍ନର ୬ ସେଟ୍ ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡିଛି । ତେବେ ଭାଇରାଲ୍ ଉତ୍ତର ସିଟ୍‌ର ସତ୍ୟତା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ ।

ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନା କହିଛନ୍ତି, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ । ଘଟଣା ସତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.