OSSC ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍, ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ନିଷ୍ପତ୍ତି

Published By : Prameya-News7 Bureau | April 24, 2023 IST

ଭୁବନେଶ୍ବର ୨୪।୪: ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ ହୋଇଛି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ଏହି ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ଜଣାପଡିଛି ।

ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବୀ ପାଇଁ ରବିବାର ପ୍ରିଲିମନାରୀ ପରୀକ୍ଷା ହୋଇଥିଲା । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ସେହି ପରୀକ୍ଷାକୁ ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.