ପାରାଦୀପରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡ଼ାକରା
21/08/2018 at 1:27 AM

ଜଗତସିଂହପୁର ୨୧/୮: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ କାର୍ଯ୍ୟରତ ଓଏସ୍ଏଲ୍ ଷ୍ଟିଭେଡୋର କମ୍ପାନୀର ହେଲପର କର୍ମଚାରୀ ମାନେ ଆଜି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡ଼ାକରା ଦେଇଛନ୍ତି। ଏନେଇ ସମସ୍ତ ମେସିନାରୀ ଇକ୍ୟୁପମେଣ୍ଟକୁ ୱ।ର୍କସପ୍ ନିକଟରେ ରଖି ସେଠାରେ ଧାରଣା ଦେଇ ବସିଛନ୍ତି। ତେବେ ସେମାନଙ୍କ କହିବା କଥା ହେଲା ଯେହେତୁ ସେମାନେ ଦୀର୍ଘ ଦିନ ହେବ ହେଲପର ଭାବେ କାର୍ଯ୍ୟ କରୁଛନ୍ତି ସମୟାନୁବର୍ତ୍ତିତ ଭାବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଅପରେଟର ଭାବେ କାର୍ଯ୍ୟ କରିବା ପାଇଁ ସକ୍ଷମ ହେଉଛନ୍ତି। ଏନେଇ ନିଜସ୍ଵ ଉଦ୍ୟମରେ ଲାଇସେନ୍ସ ମଧ୍ୟ ପ୍ରାପ୍ତ କରୁଛନ୍ତି। କିନ୍ତୁ କାର୍ଯ୍ୟ କରିବା ପାଇଁ କମ୍ପାନୀ ନିକଟରେ ଆବେଦନ କଲେ ତାଙ୍କୁ ଅପରେଟର ମାନ୍ୟତା ଦିଆନଯାଇ ପୁନର୍ବାର ହେଲପର ଭାବେ ରଖାଯାଉଛି ଏବଂ ଦରମା ମଧ୍ୟ ହେଲପରଙ୍କ ପ୍ରଦାନ କରାଯାଉଛି। ତେଣୁ ତାର ପ୍ରତିବାଦ ଜଣାଇ ଆଜି ସମସ୍ତ ଓଏସ୍ଏଲ୍ ହେଲପର କାର୍ଯ୍ୟ ବନ୍ଦ କରିଛନ୍ତି। ଯଦି ଏହାର ସରଳ ସମାଧାନ କରାନଯାଏ ତାହେଲେ ଆସନ୍ତା କାଲି ଠାରୁ ଅନ୍ୟ କମ୍ପାନୀର ହେଲପରମାନେ ମଧ୍ୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏନେଇ କମ୍ପାନୀ ଲୋକ ସମ୍ପର୍କ ଅଧିକାରୀକୁ ଯୋଗାଯୋଗ କରିବାରୁ ସେ କାର୍ଯ୍ୟ ବନ୍ଦ କଥା ସ୍ବୀକାର କରିଛନ୍ତି ଓ ଏନେଇ ହେଲପର ମାନେ ବିଧିବଦ୍ଧ ଭାବେ କୌଣସି ଲିଖିତ ଦାବି ପତ୍ର ଦେଇ ନାହାନ୍ତି ତଥାପି ସେମାନେ ତାଙ୍କ ସହିତ ଆଲୋଚନା କରୁଛନ୍ତି ଓ ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି। ତେବେ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ବନ୍ଦରର ଓଏସ୍ଏଲ୍ ହ୍ୟାଣ୍ଡେଲ୍ କରୁଥିବା କେତେକ ଜାହାଜରେ ଲୋଡିଂ ଅନ୍ ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।