suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚୀନ୍‌ରେ ୧୦୦% ବଢ଼ିଲା ଜ୍ୱର ଔଷଧ ବିକ୍ରି; ଜାଣନ୍ତୁ କାହିଁକି ଏତେ ମାତ୍ରାରେ ଔଷଧ ମହଜୁଦ କରୁଛନ୍ତି ଚାଇନିଜ୍‌ ?

15/03/2023 at 6:18 PM

ନୂଆଦିଲ୍ଲୀ ୧୫/୦୩: ବର୍ତ୍ତମାନ ଚୀନ ଅଧିବାସୀମାନେ ଅଧିକ ପରିମାଣର ଜ୍ୱର ଔଷଧ ମହଜୁଦ କରୁଛନ୍ତି। ଏଥିପାଇଁ ଅନଲାଇନ୍‌ରେ ଔଷଧ ବିକ୍ରି ୧୦୦ ଗୁଣା ବଢ଼ିଯାଇଛି। କେବଳ କରୋନା ଡର କାରଣରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚୀନରେ ଜ୍ୱର ଔଷଧ ବିକ୍ରି ବଢ଼ିଥିବା କୁହାଯାଇଛି। ସେପଟେ ଚୀନ୍‌ ଏବେ ଜିରୋ କୋଭିଡ୍‌ ନୀତି ହଟାଇ କୋଭିଡ୍‌ କଟକଣାକୁ କୋହଳ କରିଦେଇଛି।

ଫଳରେ ସେଠାରେ ଲୋକମାନେ ଦୋକାନ ବଜାରକୁ ଯିବା ସହିତ ଅଫିସ୍‌ ଓ ବିଭିନ୍ନ ସ୍ଥାନକୁ ମଧ୍ୟ ନିର୍ଦ୍ୱନ୍ଦରେ ଯାଉଛନ୍ତି। ଏହା ସହିତ ଅନ୍ୟଦେଶର ଲୋକମାନେ ଚୀନ ଆସିବା ପାଇଁ ସେଠାକାର ସରକାର ଭିସାକୁ ବି ଅନୁମତି ଦେଇଛନ୍ତି। ଏପରି ଭାବେ ଚୀନରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ଏହି ଘଡ଼ି ସନ୍ଧି ସମୟରେ ‘ଓସେଲ୍‌ଟେମିଭିର୍‌‘ ନାମକ ଜେନେରିକ୍‌ ଜ୍ୱର ଔଷଧ ଚୀନ୍‌ରେ ବିକ୍ରିର ରେକର୍ଡ ଭାଙ୍ଗିଛି।  

ବ୍ଲୁମ୍‌ବର୍ଗ ଟିଭିର ରିପୋର୍ଟ ଅନୁସାରେ ତାଓବାଓ ଏବଂ ମଲ୍‌ ଭଳି ଇ-କମର୍ଶ କମ୍ପାନୀରେ ମାର୍ଚ୍ଚ ମାସ ଆରମ୍ଭ ହେବାର ୧୩ ଦିନ ମଧ୍ୟରେ ୩୩ହଜାରରୁ ଅଧିକ ଜ୍ୱର ଟାବଲେଟ୍‌ ବିକ୍ରି କରିଛନ୍ତି। ସେହିପରି ଡାଟା ରିପୋର୍ଟ ଅନୁଯାୟୀ ଗତବର୍ଷ ତୁଳନାରେ ଏବର୍ଷ ବିକ୍ରି ୧୨୯ ପ୍ରତିଶତ ବଢ଼ିଛି। ଦେଶରେ କରୋନା ବଢ଼ିପାରେ, ସେଥିପାଇଁ ଲୋକମାନେ ଭୟବୀତ ହୋଇ ଅଧିକ ମାତ୍ରାରେ ଜ୍ୱର ଔଷଧ କିଣୁଛନ୍ତି ବୋଲି ସାଂଘାଇରେ ରହୁଥିବା ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ୱାଙ୍ଗ ରୁଇଝେ କହିଛନ୍ତି।    

ସେ ଆହୁରି କହିଛନ୍ତି ବହୁ ପରିମାଣରେ ଔଷଧ ବିକ୍ରି ହେବା ସହ ବଜାରରେ ଷ୍ଟକ୍‌ କମୁଥିବାରୁ ଔଷଧର ଦାମ୍‌ ମଧ୍ୟ ବଢ଼ିଛି।  ପ୍ରକୃତପକ୍ଷେ ଚୀନ୍‌ ସରକାର ଗତ ବର୍ଷ ଶେଷ ସମୟରେ ଜିରୋ କୋଭିଡ୍‌ ପଲିସିକୁ ଶେଷ କରିଥିଲେ। ଏହା ପରଠାରୁ ସଂକ୍ରମଣ ପୁଣି ବଢ଼ିଥଲା। ସୂଚନାଥାଉକି, ଏବେ ସେଠାରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି କିନ୍ତୁ ଏବେବି ଲୋକମାନଙ୍କ ମଧ୍ୟରେ କୋଭିଡ୍‌ ଡର ଟଳି ନାହିଁ। ସେଥିପାଇଁ ଲୋକମାନେ ଅଧିକ ଜ୍ୱର ଔଷଧ କିଣି ଜରୁରିକାଳୀନ ସମୟ ପାଇଁ ଘରେ ରଖୁଛନ୍ତି। ୱାଙ୍ଗ ରୁଇଝେ ଆହୁରି କହିଛନ୍ତି ‘’ଏମିତି ଲାଗୁଛି କିଛି ଲୋକ ଆଣ୍ଟି ଭାଇରାଲ୍‌ ଔଷଧ ଜମା କରୁଛନ୍ତି। ସେହିପରି ଛୋଟ ପିଲାମାନଙ୍କୁ ଜ୍ୱର ହେବା ଡରରେ ତାଙ୍କ ବାପା ମା ମଧ୍ୟ ଚିନ୍ତିତ ରହୁଛନ୍ତି’’।

ସେପଟେ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସପ୍ତାହରେ ଚୀନରେ ଜ୍ୱର ମାମଲା ବଢ଼ିଥିବା ଦେଖାଯାଇଛି। ଗତ ସପ୍ତାହରେ ଜ୍ୱରର ପଜିଟିଭିଟି ମାତ୍ରା ୪୨ ପ୍ରତିଶତ ଥିଲା। ଉଲ୍ଲେଖଯୋଗ୍ୟଯେ, ଚୀନ୍‌ରେ ଜିରୋ କୋଭିଡ୍‌ ନୀତି ବନ୍ଦ ହେବାରୁ ଅନ୍ୟ ଦେଶଗୁଡ଼ିକରେ କରୋନାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଭାରତ ସହିତ ଅନ୍ୟ କିଛି ଦେଶଗୁଡ଼ିକରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

   Related Posts