Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଓସ୍କାର ୨୦୨୩: ରାଜ୍ୟସଭାରେ ଟଲିଉଡ୍‌ Vs ବଲିଉଡ୍‌ ଝଡ଼; ଜାଣନ୍ତୁ କଣ କହିଲେ ଜୟା ବଚ୍ଚନ ?

14/03/2023 at 6:19 PM

ନୂଆଦିଲ୍ଲୀ ୧୪/୦୩: ରାଜ୍ୟସଭାରେ ବଲିଉଡ୍‌ ଏବଂ ଟଲିଉଡ୍‌କୁ ନେଇ ସଦସ୍ୟଙ୍କ ମଧ୍ୟରେ ବିତର୍କ ଦେଖିବାକୁ ମିଳିଛି। ମଙ୍ଗଳବାର ଗୃହ କାର୍ଯ୍ୟ ଚାଲିଥିବା ବେଳେ ସମସ୍ତେ ଓସ୍କାର ପୁରସ୍କାର ଜିତିଥିବା ଫିଲ୍ମ ‘ଆର୍‌ଆର୍‌ଆର୍‌’‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍ସ’ ଟିମ୍‌କୁ ଶୁଭେଚ୍ଛା ଜଣାଉଥିଲେ। ଏହି ସମୟରେ ଏମ୍‌ଡିଏମ୍‌କେ ଏବଂ ଏଆଇଡିଏମ୍‌କେ ଉତ୍ତର-ଦକ୍ଷିଣ ପ୍ରସଙ୍ଗ ଆରମ୍ଭ କରିଥିଲେ। ସେମାନେ  ଓସ୍କାର ପୁରସ୍କାର ଜିତିବାର ଶ୍ରେୟ ଭାରତୀୟ ସିନେମା ବଦଳରେ କେବଳ ଦକ୍ଷିଣ ଭାରତୀୟ ସିନେମାକୁ ଦେବାକୁ ଚାହିଁଥିଲ। ସେହି ସମୟରେ ବର୍ଷୀୟାନ୍‌ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସେମାନଙ୍କୁ ମୁହଁ ତୋଡ଼ ଜବାବ ଦେଇଛନ୍ତି। ଜାଣନ୍ତୁ କଣ କହିଲେ ଜୟା?

ଉଚ୍ଚ ସଦନରେ ଏମଡିଏମକେ ନେତା ୱାଇକୋ ଲୋକପ୍ରିୟ ଗାୟକ ଏଆର୍‌ ରେହମାନଙ୍କ ଓସ୍କାର ଆୱାର୍ଡ ପାଇବା କଥା ମନେପକାଇଥିଲେ। ସେ କହିଥିଲେ ଆପଣମାନଙ୍କୁ ମୁ ମନେପକାଇବା ପାଇଁ ଚାହୁଁଛି ତାମିଲନଡ଼ୁର ଏଆର୍ ରେହେମାନ ଭାରତ ପାଇଁ କଣ କଣ କରିଛନ୍ତି? ସେହିପରି ଏଆଇଏଡିଏମକେ ନେତା ଏମ ଥମ୍ୱିଦୁରଇ ମଧ୍ୟ ତାଙ୍କୁ ଅଟକାଇ କହିଥିଲେ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ଏଲିଫେଣ୍ଟ ହ୍ୱିସ୍ପର୍ସ’ ଉଟିରେ ସୁଟ୍‌ କରାଯାଇଥିଲ। ସେଥିପାଇଁ ମୁଁ ଗର୍ବିତ।

ଏହାଶୁଣି ରାଜ୍ୟସଭା ସାଂସଦ ଜୟା ବଚ୍ଚନ ‘ଆର୍‌ଆର୍‌ଆର୍‌’‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍ଶ’ ଟିମ୍‌କୁ ଶୁଭେଚ୍ଛା ଜଣାଇ କହିଥିଲେ ‘‘ଏଥିରେ କୌଣସି ଫରକ ପଡ଼େନାହିଁ କି ସେମାନେ ଉତ୍ତରରୁ ହୁଅନ୍ତ ବା ପୂର୍ବରୁ ହୁଅନ୍ତୁ, ଦକ୍ଷିଣରୁ ହୁଅନ୍ତୁ କିମ୍ୱା ପଶ୍ଚିମରୁ ହୁଅନ୍ତୁ- ସେମାନେ ସମସ୍ତେ ଭାରତୀୟ। ମୁଁ ଏଠାରେ ଆମ ସିନେମାର ଭ୍ରାତୃତ୍ୱ ଭାବ ପାଇଁ ଗର୍ବ ଓ ସମ୍ମାନର ସହିତ ଛିଡ଼ା ହୋଇଛି, ଯିଏକି ଅନେକ ଥର ଏହି ଦେଶର ପ୍ରତିନିଧିତ୍ୱ କରିଛି ଏବଂ ଅନେକ ପୁରସ୍କାର ମଧ୍ୟ ପାଇଛି। ‘ଆର୍‌ଆର୍‌ଆର୍‌’ର ଲେଖକ(କେବି ବିଜୟେନ୍ଦ୍ର ପ୍ରସାଦ) କେବଳ ପ୍ରଚ୍ଛଦପଟ ଲେଖକ ନୁହଁନ୍ତି ବରଂ ସେ ଜଣେ କାହାଣୀ ଲେଖକ ଓ ଏହି ଗୃହର ସଦସ୍ୟ ମଧ୍ୟ। ଏହା ବହୁତ ସମ୍ମାନଜନକ କଥା’’।    

ସେତେବେଳେ ସେଠାରେ ଉପସ୍ଥିତ ଥିବା ସାଂସଦ ଜୟା କହିବା ସମୟରେ ଅଧାରୁ ଅଟକାଇବାକୁ ଚେଷ୍ଟା କରିଥିଲେ।  ଜୟା ଏଥିରେ ବିରକ୍ତ ହୋଇ କହିଥିଲେ “କହିବା ବେଳେ ଅଧାରୁ ଅଟକାଇବା ରୋଗ ଆଜିକାଲି ବଢ଼ୁଛି। ଯେତେବେଳେ ଜଣେ ସଭ୍ୟ କଥା ହେଉଛନ୍ତି ସେତେବେଳେ ଅସଭ୍ୟତା ଦେଖାଇବା ଉଚିତ ନୁହେଁ। ଆମ ପାଖରେ ମଧ୍ୟ ସ୍ୱର ଅଛି। ସେତେବେଳେ ଗୃହ ସଭାପତି ଜଗଦୀପ ଧନଖଡ଼ ଅଭିନେତ୍ରୀଙ୍କୁ ଶାନ୍ତ କରି କହିଥିଲେ “ମ୍ୟାଡାମ୍‌ ଆପଣଙ୍କ ପାଖେ ସ୍ୱର ନୁହେଁ ଉନ୍ନତ ସ୍ୱର ଅଛି ଏବଂ ଏହା ଆମେ ଜାଣିଛୁ’’। କେବଳ ସେତିକି ନୁହେଁ ସେ ବଚ୍ଚନ ପରିବାରକୁ ମଧ୍ୟ ପ୍ରଶଂସା କରିଥିଲେ।

   Related Posts