ଇତିହାସ ରଚିଲା ‘ନାଟୁ ନାଟୁ’, ଶ୍ରେଷ୍ଠ ଅରିଜିନାଲ୍ ଗୀତ ପାଇଁ ମିଳିଲା ଓସ୍କାର
13/03/2023 at 8:43 AM

ମୁମ୍ବାଇ ୧୩।୦୩ : ଅପେକ୍ଷାର ହେଲା ଅନ୍ତ। ଇତିହାସ ରଚିଲା ଗୀତ ନାଟୁ ନାଟୁ । ବର୍ତ୍ତମାନ ସେ ବିଜୟର ମୁକୁଟ ପିନ୍ଧିଛି। RRR ଫିଲ୍ମରେ ଏହି ନାଟୁ ନାଟୁ ଗୀତ ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ୯୫ତମ ଏକାଡେମୀ ପୁରସ୍କାରରେ RRRର ଗୀତ ନାଟୁ ନାଟୁ ବେଷ୍ଟ ଓରିଜିନାଲ ସଙ୍ଗ କାଟାଗରୀରେ ସମ୍ମାନିତ ହୋଇଛି। ଏଥି ସହିତ ଭାରତ ଦ୍ଵିତୀୟ ଆୱାର୍ଡ ଗ୍ରହଣ କରିଛି।
‘Naatu Naatu’ from RRR wins the #Oscar for the Best Original Song #Oscars2023 pic.twitter.com/6l5cjDuJBm
— ANI (@ANI) March 13, 2023
ସାଉଥ୍ ଫିଲ୍ମ ‘RRR’ ର ନାଟୁ ନାଟୁ ଗିତ’ ଓସ୍କାର ମନୋନୀତ ହେବା ପରେ ଦର୍ଶକଙ୍କର ମଧ୍ୟ ଉତ୍ସାହ ବଢିଯାଇଥିଲା । ଓସ୍କାର ପୁରସ୍କାର ବିତରଣ ସମାରୋହରେ ଫିଲ୍ମର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି, ଜୁନିୟର ଏନ୍ଟିଆର ଏବଂ ରାମଚରଣ ମଧ୍ୟ ସେଠାରେ ନଜର ଆସିଥିଲେ।
ସେପଟେ ଯଦି ଅନ୍ୟ ପୁରସ୍କାର କଥା ଦେଖିବା ତେବେ, ଓସ୍କାର ନାଟର ପ୍ରଥମ ପୁରସ୍କାର ଶ୍ରଷ୍ଟ ଆନିମେସନ୍ ଫିଚର ଫିଲ୍ମ ବର୍ଗରେ’ ପିନୋଚିଓ’ ମୁଭିକୁ ସମ୍ମାନୀତ କରାଯାଇଛି। ପରେ ପରେ ଶ୍ରେଷ୍ଠ ପାଶ୍ବ ଅଭିନେତା ସମ୍ମାନରେ ‘କେ ହୁୟ କ୍ବାନ୍’ଙ୍କୁ ଓସ୍କାର ଆଓ୍ବାର୍ଡ ପ୍ରଦାନ କରାଯାଇଛି। ସେହିପରି ଶ୍ରଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବରେ ‘ଜାମି ଲି କର୍ଟିସ୍’ଙ୍କୁ ଓସ୍କାର ମିଳିଛି। ଏହା ପରେ ଘୋଷଣା କରାଯାଇଥିବା ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଭାରତର ‘ଅଲ୍ ଦାଟ୍ ବ୍ରିଦ୍ସ୍’ ମନୋନୀତ ହୋଇଥିଲେ ମଧ୍ୟ ଓସ୍କାର ପାଇବାରେ ବିଫଳ ହୋଇଥିଲା। ଏହି ପୂରସ୍କାର ‘ନାବାଲନି’କୁ ମିଳିଥିଲା।