suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||

Oscars ୨୦୨୩ : ଭାରତୀୟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ୱିସ୍‌ପର’କୁ ପୁରସ୍କାର, ଜିତିଲା ବେଷ୍ଟ ଡକ୍ୟୁମେଣ୍ଟାରୀ ଆୱାର୍ଡ

13/03/2023 at 8:50 AM

ମୁମ୍ଵାଇ ୧୩୦୩: ବିଶ୍ବର ସବୁଠାରୁ ବଡ ଆୱାର୍ଡ ଓସ୍କାର। ବର୍ତ୍ତମାନ ଏହାର ୯୫ତମ ଏକାଡେମୀ ପୁରସ୍କାର ଆରମ୍ଭ ହୋଇଛି। ଏଥର ଓସ୍କାର ପୁରସ୍କାର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଫିଲ୍ମ ‘RRR’ ର ‘ନାଟୁ ନାଟୁ’ ଗୀତ ଓସ୍କାର ୨୦୨୩ରେ ଅରିଜିନାଲ ସଙ୍ଗ୍ କ୍ୟାଟେଗାରୀରେ ନୋମିନେସ ହୋଇଛି। ଚଳଚ୍ଚିତ୍ର ‘ଅଲ୍ ଦ ବ୍ରିଦ୍ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ଏହି ଗୁଜୁରାଟୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶୌନାକ୍ ସେନ୍।

ତେବେ ଏହାରି ଭିତରେ ଭାରତ ତାହାର ପ୍ରଥମ ଓସ୍କାର ହାସଲ କରିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କ୍ୟାଟେଗୋରୀରେ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍’କୁ ସମ୍ମାନୀତ କରାଯାଇଛି। ଏହାର ନିର୍ଦ୍ଦେଶକ କାର୍ତ୍ତିକ ଗୋନସାଲଭେସ୍।  କେବଳ ଏତିକି ନୁହେଁ, ଓସ୍କାର ସମାରୋହରେ ଦୀପିକା ପାଦୁକୋନ ଉପସ୍ଥାପିକା ଭାବେ ନଜର ଆସିବେ। # OSCARS95 ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। କିନ୍ତୁ ଭାରତର ଅଲ୍ ଦି ବ୍ରିଦ୍ସ ଓସ୍କାର ଜିତିବାରେ ବିଫଳ ହୋଇଛି।

ଏହି ଡକ୍ୟୁମେଣ୍ଟାରୀକୁ କାର୍ଟିକି ଗୋନସାଲଭସ୍ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହା ହେଉଛି ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଆସନ୍ତୁ ଆପଣଙ୍କୁ କହିବା ଯେ ଏହି କାହାଣୀଟି ୱେମନ ଏବଂ ବେଲିଙ୍କ ବିଷୟରେ, ଯେଉଁମାନେ ଏକ ଛୋଟ ହାତୀ ‘ରଘୁ’ର ଯତ୍ନ ନେଇଛନ୍ତି। ଏହି ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ତାମିଲନାଡୁର ମୁଦୁମଲାଇ ଜାତୀୟ ଉଦ୍ୟାନରେ ସୁଟିଂ କରାଯାଇଛି ଏବଂ କାର୍ତ୍ତିକଙ୍କ ସହ ଗୁନିତ୍‌ ମୋଙ୍ଗାଙ୍କ ଦ୍ଵାରା ପ୍ରଡ୍ୟୁସ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୯ ନଭେମ୍ବର ୨୦୨୨ରେ ଏହାର ସର୍ବଭାରତୀୟ ପ୍ରିମିୟର୍ ହୋଇଥିଲା ଏବଂ ୮ ଡିସେମ୍ବର ୨୦୨୨ରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିଲା ।

   Related Posts