ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ

Published By : Prameya-News7 Bureau | December 02, 2021 IST

କୋରାପୁଟ, ୦୨/୧୨:   ଓଏସଏପି ଯବାନଙ୍କ ଆତ୍ମହତ୍ୟା । ଜଙ୍ଗଲ ମଧ୍ୟରେ ଗଛରେ ରଶି ଲଗାଇ  ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି ।

କୋରାପୁଟ ସର୍କିଟ ହାଉସ ନିକଟ ଜଙ୍ଗଲରେ ରଶି ଦେଇ ସେ ଜୀବନ ହାରିଥିବା ଜଣାପଡିଛି ।  ମୃତ ଯବାନ ହେଲେ ସୁନ୍ଦରଗଡର ଦୀପକ ଡୁଙ୍ଗଡୁଙ୍ଗ ।ଗତ ବୁଧବାର ଠାରୁ ସେ ନିଖୋଜ ଥିଲେ। ଗୁରୁବାର ଜଙ୍ଗଲରେ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସୂଚନାପାଇବା ପରେ ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା  ପୋଲିସ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.