WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗିରଫ ହେଲେ ଓଏସଏପି ୧ମ ବାଟାଲିୟନ କମାଣ୍ଡାଣ୍ଟ, ନଗଦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ

1/10/2023 at 11:18 PM

ଢେଙ୍କାନାଳ: ଗିରଫ ହେଲେ ଓଏସଏପି ୧ମ ବାଟାଲିୟନ କମାଣ୍ଡାଣ୍ଟ । ଗତକାଲି ଢେଙ୍କାନାଳରୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇ କଟକ ଆସୁଥିବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ କମାଣ୍ଡାଣ୍ଟ ସୁନୀଲ ବେହେରା।

ଏହା ପରେ ତାଙ୍କର ଢେଙ୍କାନାଳ ସରକାରୀ କ୍ୱାଟର ଓ କାର୍ଯ୍ୟାଳୟ ସହିତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ଉ କରିଥିଲା। ଭିଜିଲାନ୍ସ ଚଢାଉରେ ମୋଟ ୧୦ ଲକ୍ଷରୁ ଅଧିକ ଜବତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଢେଙ୍କାନାଳରୁ କଟକ ଏକ ଲକ୍ଷରୁ ଅଧିକ ଟଙ୍କା ନେଇ ଆସୁଥିଲେ । ଏହି ସମୟରେ କଟକ ସିଡିଏ ୧୧ ନିକଟ ମଧୂସୁଦନ ସେତୁ ଉପରେ ଭିଜିଲାନ୍ସ ଧରିଥିଲା । ତାଙ୍କ ପାଖରେ ଥିବା ଟଙ୍କାକୁ ଜବତ କରିବା ସହ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା। କମାଣ୍ଡାଣ୍ଟଙ୍କ ପାଖରେ ଏତେ ପରିମାଣର ସଂପତ୍ତି କେଉଁଠୁ ଆସିଲା । ସେନେଇ ଛାନ୍‌ଭିନ୍ ହୋଇଥିଲା। ଆଉ ରବିବାର ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ପଞ୍ଝାରେ କମାଣ୍ଡାଣ୍ଟ ସୁନିଲ କୁମାର, ନଗଦ ଲକ୍ଷାଧିକ ଟଙ୍କା ସହ ଧରିଲା ଟିମ୍

   Related Posts