scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩ ବର୍ଷର ଅନାଥ ଶିଶୁ ଏବେ କୋଟିପତି, ଅଭିଭାବକ ହେବାକୁ ଲାଗିଛି ଲଢେଇ

17/07/2023 at 10:19 AM

ନୂଆଦିଲ୍ଲୀ ୧୭।୦୭: ଅନାଥ ହେବା ଶିଶୁ ପାଇଁ ବଡ଼ ଅଭିଶାପ। ଅନାଥ ଶିଶୁର ଯତ୍ନ ନେବାକୁ ତା ପାଖରେ କେହି ନଥାନ୍ତି। ଏମିତି କି ସମ୍ପର୍କୀୟମାନେ ବି ହାତ ଛାଡ଼ିଦିଅନ୍ତି । କିନ୍ତୁ ଆମେରିକାର ଜଣେ ୪ ବର୍ଷର ଶିଶୁ ଅନାଥ ହେବା ତା’ ପାଇଁ ପାଲଟିଛି ବରଦାନ । ଶିଶୁଟି ପାଖରେ ଏବେ ଏତେ ଧନ ଅଛି ଯେ, ତାକୁ ଆପଣାଇବାକୁ ଲୋକଙ୍କର ଲାଗିଛି ଲମ୍ବା ଲାଇନ । ଏବେ ଏହି ମାମଲା ପହଞ୍ଚିଛି କୋର୍ଟରେ।

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଗତବର୍ଷ ଜୁଲାଇ ୪ ତାରିଖରେ ଆମେରିକାର ଇଲିନୋଇସରେ ଥିବା ହାଇଲ୍ୟାଣ୍ଡ ପାର୍କରେ ଗୁଳିକାଣ୍ଡ ହୋଇଥିଲା। ୨୨ ବର୍ଷୀୟ ଅତତାୟୀ ୭ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ ଇରିନା ଓ କେଭିନ ମ୍ୟାକ୍‌ର୍ଥୀ। ସୌଭାଗ୍ୟ ବସତଃ ଏହି ଗୁଳିକାଣ୍ଡରୁ ଅଳ୍ପକେ ବଞ୍ଚିଯାଇଥିଲା ସେମାନଙ୍କର ୩ ବର୍ଷର ପୁଅ ଇଡେନ ।

You Can Read:


ସେ ସମୟରେ ଶିଶୁଟିକୁ ନେବା ପାଇଁ କୌଣସି ସମ୍ପର୍କୀୟ ଆସିନଥିଲେ । ଆଉ ଶିଶୁଟିକୁ ତାର ଅଜା, ଆଈଙ୍କୁ ହସ୍ତାନ୍ତର କରିଥିଲା ପୋଲିସ। କିନ୍ତୁ ଅଜାଆଇଙ୍କ ଚଳିବା ସେତେଟା ସ୍ବଚ୍ଛଳ ନଥିଲା। ଇଡେନର ଲାଳନପାଳନ ପାଇଁ ଜଣେ ସ୍ବେଚ୍ଛାସେବୀ ଲୋକଙ୍କଠାରୁ ସହାୟତା ଲୋଡ଼ିଥିଲେ। ଆଉ ଇଡେନ୍‌କୁ ଖୋଲା ହସ୍ତରେ ଦାନ କରିଥିଲେ ଲୋକେ।

କିଛି ଦିନ ମଧ୍ୟରେ ୩.୩ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୭ କୋଟି ଟଙ୍କା ପହଞ୍ଚିଥିଲା ଇଡେନ୍‌ ଆକାଉଣ୍ଟରେ। ଏହାପରେ ବଦଳି ଯାଇଥିଲା ଅନାଥ ଶିଶୁ ଇଡେନ୍‌ର ଭାଗ୍ୟ । ରାତାରାତି ସେ ବନିଯାଇଥିଲା କୋଟି କୋଟି ଟଙ୍କାର ମାଲିକ। ଏବେ ଇଡେନକୁ ପୋଷ୍ୟ ସନ୍ତାନ ଭାବେ ନେବା ପାଇଁ ଲାଗିଛି ଲୋକଙ୍କ ଧାଡ଼ି । ଇଡେନର ସ୍ଥାୟୀ ଅଭିଭାବକ ହେବା ପାଇଁ ଅନେକ ଲୋକ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

You Can Read:

ଆଇ ମାର୍ଗୋଙ୍କ କହିବା କଥା, ସେ ମଧ୍ୟ ଗୁଳିକାଣ୍ଡର ଶିକାର ହୋଇ ସାମାନ୍ୟ ଆହତ ହୋଇଥିଲେ । ତେଣୁ ସେ ଇଡେନକୁ ନେବାକୁ ଏକମାତ୍ର ଦାବିଦାର। ଅନ୍ୟପଟେ ଇଡେନ୍‌ର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାର ଶୋଇବାଘରେ କ୍ୟାମେରା ଲଗାଇବାକୁ ଦାବି ହେଉଛି । ତେବେ କିଏ ଇଡେନର ପ୍ରକୃତ ଅଭିଭାବକ ହେବ ସେ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ କୋର୍ଟ ।

   Related Posts