ଅନାଥ ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କଲେ ଇଟାଲୀୟ ଦମ୍ପତୀ
23/04/2018 at 7:15 AM

ଜଗତସିଂହପୁର ଶିଶୁ ଆଶ୍ରମରେ ଥିବା ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି ଏକ ଇଟାଲୀୟ ଦମ୍ପତୀ । ଏମାନେ ଶିଶୁଟିକୁ ଅନଲାଇନରେ ଚୟନ କରିବା ସହ ଆଜି ଜଗତସିଂହପୁର ଆସି ସରକାରୀ ନୀୟମ ଅନୁଶାରେ ସମସ୍ତ କାଗଜ ପତ୍ର କରିବା ପରେ ଶିଶୁକନ୍ୟା ଟିକୁ ସାଙ୍ଗରେ ଇଟାଲୀ ନେଇଛନ୍ତି |
ଅନାଥ ଶିଶୁ କନ୍ୟା ସୁକୁମତୀଙ୍କୁ ଏହି ଇଟାଲୀୟ ଦମ୍ପତୀ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି । ସୁକୁମତୀର ବୟସ ଏବେ 8 ବର୍ଷ । ୨୦୧୬ ମସିହାରେ ଜଗତସିଂହପୁର ଜିଲାର ଏକ ଷ୍ଟେସନରୁ ସିଡବ୍ଲୁୟସି କତ୍ତୃପକ୍ଷ ଏହି ଶିଶୁଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଶିଶୁ ଆଶ୍ରମରେ ରଖିଥିଲେ । ୨ ବର୍ଷ ହେଲା ସୁକୁମତୀଙ୍କ ଆତ୍ମୀୟ ପାଲଟିଥିଲେ ଏହି ଆଶ୍ରମର ଅନ୍ତେବାସୀ | ଉଦ୍ଧାର ସମୟରେ ସେ ତାର କୌଣସି ଠିକଣା କହିପାରି ନଥିଲା । ଏହି ଠାରେ ରହି ସୁକୁମତୀ ନିକଟସ୍ଥ ଗାଲୁପଡା ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା । ଇଟାଲି ରୋମ ସହରରେ ରହୁଥତ୍ବା ସାମ୍ବାଦିକ ଜିୟୁଲିଆନି ଗିକୋମୋ ଓ ତାଙ୍କର ସ୍ତ୍ରୀ ଆଡଭୋକେଟ ସାର୍ତ୍ତୋରୀ ସାବ୍ରୀନା ସୁକୁମତୀଙ୍କୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି । ଅନଲାଇନରେ ସେମାନେ ସୁକୁମତୀକୁ ଚୟନ କରିବା ପରେ ଭାରତ ସରକାରଙ୍କୁ ଅନୁମତୀ ନିମନ୍ତେ ଆବେଦନ କରିଥିଲେ । ସମସ୍ତ ସରକାରୀ ନୀୟମ ଅନୁଶାରେ ଏହି ଦମ୍ପତୀ ଶଶୁ କନ୍ୟାଟିକୁ ଆଜି ଇଟାଲି ଅଭିମୁଖେ ନେଇ ବାହାରିଛନ୍ତି । ସେମାନେ ସୁକୁମତୀଙ୍କୁ ସବୁବଳେ ଖୁସିରେ ରଖତ୍ବେ ବୋଲି କହିବା ସହ ନିଜେ ମଧ୍ୟ ବହୁତ ଖୁସିଥତ୍ବାର ଜଣାଇଛନ୍ତି ।
କେନ୍ଦ୍ରାପଡାର ଏକ ସ୍ବେଛାସେବୀ ସଂସ୍ଥା ସହଯୋଗରେ ଏହି ଦମ୍ପତୀ ଶିଶୁକନ୍ୟାଟିକୁ ପାଇବାରେ ସକ୍ଷମ ହୋଇଥିଲେ । ନିରାଶ୍ରୟ ହୋଇ ପଡିଥିବା ଏହି ଶିଶୁ କନ୍ୟା ସୁକୁମତୀ ନୁଆ ଘର ଓ ବାପା ମାଆ ପାଇବା ପରେ ବେଶ ଖୁସି ଥିବାର କହିଛି । ଆଶ୍ରମ ଛାଡି ଯିବା ପୂର୍ବରୁ ସାଙ୍ଗ ସାଥୀ ମାନଙ୍କୁ ମିଷ୍ଟାନ୍ନ ବାଣ୍ଟିବା ସହ ବେଶ କିଛି ସମୟ ସେମାନଙ୍କ ସହ ବିତାଇ ଥିଲା ସୁକୁମତୀ । ସାଙ୍ଗ ସାଥୀ ତଥା ଅନ୍ତେବାସୀ ମାନେ ତାକୁ ବିଦାୟ ଦେଲା ବେଳେ ଏକ ଅଶ୍ରଳ ପରିବେଶ ସୃଷ୍ଟି ହୋଇଥିଲା ଶିଶୁ ଆଶ୍ରମରେ ।