ପୂରଣ ହେଲା ଅନାଥ ଶିଶୁଙ୍କ ସ୍ବପ୍ନ

Published By : Prameya-News7 Bureau | October 06, 2018 IST

ଭୁବନେଶ୍ୱର ୬/୧୦ : ଅନାଥ ଶିଶୁଙ୍କ ମୁହଁରେ ହସ ଖେଳାଇବାକୁ ସ୍ବେଛାସେବୀ ସଂଗଠନ ଅଭିନବ ପ୍ରୟାସ | ଭୁବନେଶ୍ୱର ରାଉଣ୍ଡ ଟେବୁଲ ୫୩ ସ୍ବେଛାସେବୀ ସଂଗଠନ ଏକ ଭିନ୍ନ ପ୍ରୟାସ କରିଛି | କୁନି କୁନି ଅନାଥ ପିଲାଙ୍କ ମୁହଁରେ ଟିକେ ହସ ଆଣିବା ପାଇଁ ତାଙ୍କ ସ୍ବପ୍ନକୁ ସାକାର କରିଛି ଏହି ସଂଗଠନ | କୁନି କୁନି ଶିଶୁମାନେ ଉଡ଼ାଜାହାଜରେ ଉଡିବାର ଯେଉଁ ସ୍ବପ୍ନ ଦେଖିଥିଲେ, ତାଙ୍କର ସେହି ସ୍ବପ୍ନ ଆଜି ପୂରଣ ହୋଇଛି | ଉଡ଼ାଜାହାଜରେ ବସି ପିଲାମାନେ ଆଜି ରାଜ୍ୟ ବାହାରକୁ ବୁଲିବାକୁ ଯାଇଛନ୍ତି | ସୁନ୍ଦରଗଡ଼, ବାରିପଦା ଓ ବାଲେଶ୍ୱର ଭଳି ଭଳି ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୪୦ଜଣ ପିଲା ହାଇଦ୍ରାବାଦକୁ ଉଡାଣ ଭରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.