ଗୁଣୁପୁର ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ: ୧ କେଜିରୁ ଅଧିକ ସୁନା ଜବତ, ଦୁଇ ଗିରଫ

Published By : Prameya-News7 Bureau | May 04, 2022 IST

ଗୁଣପୁର ୦୪/୦୫: ସୁନା ଦୋକାନୀ ଠାରୁ ସୁନା ଚୋରୀ ଘଟଣାରେ ୧କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ଜବତ । ତେବେ ଏହି ଘଟଣାରେ ବାଇକ୍ ଜବତ ହେବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଗୁଣୁପୁର ପୋଲିସ । ରାୟଗଡା ଜିଲ୍ଲା ଗୁଣୁପୁର ହଳଦିଆନାଳ ନିକଟ ଏସ୍ ଏସ୍ ଜ୍ୱେଲାରିର ବ୍ୟବସାୟୀଙ୍କଠୁ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟା ଘଟଣାର ପର୍ଦ୍ଦାଫାସ କଲା ଗୁଣୁପୁର ପୋଲିସ ।

୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ ଭଞ୍ଜନଗରର ତରୁଣ ଦାସ ଓ ଯାଜପୁରର ଅର୍ଜୁନ ପ୍ରଧାନ । ଏହି ଚୋରି ଘଟଣାରେ ସପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ସୁଚନା ଥିବା ବେଳେ ଘଟଣାର ପୋଲିସ୍ ଅଧିକା ତଦନ୍ତ କରୁଥିବା ସାମ୍ବାଦିକ ସମ୍ନୀଳନୀରେ ସୁଚନା ଦେଇଛନ୍ତି ରାୟଗଡା ପୋଲିସ ଏସ୍ପି ବିବେକାନନ୍ଦ ଶର୍ମା ।

ଲୁଟ୍ ହୋଇଥିବା ବଳକା ସୁନା ଅଳଙ୍କାର ମଧ୍ୟ ପୋଲିସ ଅତିଶିଘ୍ର ଧରିବାକୁ ଚେଷ୍ଟା ଚଲାଇଥିବା ନେଇ ସୁଚନା ରହିଛି ଦେଇଛନ୍ତି ଏସପି । ଗତ ଏପ୍ରିଲ ୨୬ ତାରିଖରେ ସୁନା ବ୍ୟବସାୟୀ ଏସ୍ ବାବା ପ୍ରସାଦ ସୁନା ଅଳଙ୍କାର ସାଥିରେ ଧରି ଦୋକାନ ଖୋଲିବାକୁ ଆସିଥିଲେ । ଗାଡିରେ ବ୍ୟାଗ୍ ରଖି ଦୋକାନ ଖୋଲିବା ସମୟରେ ଦୁଇ ଅଭିଯୁକ୍ତ ଗାଡିରେ ଥିବା ସୁନା ଅଳଙ୍କାର ବ୍ୟାଗ୍ ଲୁଟ୍ କରି ଚମ୍ପଟ ମାରିଥିଲେ ।

ପୋଲିସ ଅଭିଯୋଗ ପାଇ ତିନୋଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ଦୁଇ ଜଣକୁ ଆସ୍କା ରୁ ଗିରଫ କରିଥିଲେ । ଲୁଟ୍ ପର୍ଦାଫାସ ପଛରେ ଗୁଣୁପୁର ପୋଲିସ ଏସ୍ଡିପିଓ ଅଜୟ ବାରିକ ଭୁମିକା ବହୁ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଥିଲା କହିଛନ୍ତି ରାୟଗଡା ଏସ୍ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.