ସୁରତରୁ ଫେରିଲେ ପ୍ରବାସୀ ଓଡିଆ, ବସ୍ରେ ମୋଟ ୬୩ ଜଣ ଯାତ୍ରୀ ଆସିଛନ୍ତି
3/05/2020 at 7:31 AM

ଖଲ୍ଲିକୋଟ ୦୩।୦୫: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଲାଗିଲା ସୁରତରୁ ଫେରନ୍ତା ବସ୍ । ଛତ୍ରପୁର ବ୍ଲକ ବଡମାଧପୁରରେ ବିଳମ୍ବିତ ରାତିରେ ଲାଗିଛି ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ବସ୍ । ଏହି ବସ୍ ରେ ମୋଟ ୬୩ଜଣ ଯାତ୍ରୀ ଆସିଛନ୍ତି । ଏମାନଙ୍କୁ ବ୍ଲକର ମାଧପୁର ପଞ୍ଚାୟତ ଅଧିନ ଧତ୍ରେଶ୍ବର ବିଦ୍ୟାପୀଠ ସ୍କୁଲରେ କରାଯାଇଥିବା ଅସ୍ଥାୟୀ କ୍ବାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି ।

ଏହି ୬୩ ଜଣଙ୍କ ମଧ୍ୟରୁ ୪୦ ଜଣ କେବଳ ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତର ହୋଇଥିବା ବେଳେ ବଳକା ୨୩ ଜଣ ଅନ୍ୟ ବ୍ଲକର । ଏମାନଙ୍କୁ ପ୍ରଥମେ ଅସ୍ଥାୟୀ କ୍ବାରାଟାଣ୍ଟାଇନ କେନ୍ଦ୍ରକୁ ପୁଲିସ ଏସ୍ କଟ ମାଧ୍ୟମରେ ଅଣାଯାଇଥିଲା । ଏହାପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ସାମାନ୍ୟ ଜ୍ବର ରହିଥିବା ମେଡିକାଲ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ସ୍ବାବ୍ ଟେଷ୍ଟ କରାଯିବ । ଏହି କେନ୍ଦ୍ରରେ ଏମାନେ ୧୪ ଦିନ ରହିବେ । ଏମାନଙ୍କ ପ୍ରତ୍ୟେକ ଦିନ ହାଜିରା ନିଆଯିବା ସହ ଦିନକୁ ଦୁଇଥର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସେହି ଅଞ୍ଚଳକୁ ବିନା ଅନୁମତିରେ କାହାରିକୁ ଛଡାଯିବ ନାହିଁ । ଏହି ସୁରତ ଫେରନ୍ତା ପ୍ରବାସୀମାନେ ୩୦ ତାରିଖରେ ସୁରତର ଡାଇମଣ୍ଡ ଅଞ୍ଚଳରୁ ଆସିଛନ୍ତି ।