ଜାତୀୟ ସ୍ତରରେ ଚମକିଲେ ଓଡିଆ ଝିଅ ସସ୍ମିତା ନାଗ: ରାଜ୍ୟ ପାଇଁ ଆଣିଲେ ସୁନାମ
28/09/2020 at 7:08 PM

କୋରୋପୁଟ୨୮/୮: ଜାତୀୟ ସ୍ତରରେ ଚମକିଲେ କୋରାପୁଟ ଝିଅ ସସ୍ମିତା ନାଗ। କୋରାପୁଟ ସହର ଡେପ ସାହିର ସସ୍ମିତା ମୁମ୍ବାଇ ଇନୋଭାଟିଭ୍ ଆର୍ଟିଷ୍ଟ ଓ୍ବେଲଫର ଆସୋସିଏସନ (ଆଇ.ଏ. ଡବ୍ଲୁ) ପକ୍ଷରୁ ଆୟୋଜିତ ହୋଇଥିବା ମିସ୍ ଇଣ୍ଡିଆ ୨୦୨୦ରେ ଭାଗ ନେଇ ସଫଳ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ମିସ୍ ଇଲେକଚୁଆଲ ଟାଇଟଲ ହାସଲ କରିବା ସହିତ ଅନ୍ତର୍ଜାତୀୟ କ୍ବାରେଣ୍ଟାଇନ୍ ପ୍ରିନସେସ୍ ପ୍ରତିଯୋଗିତାରେ ଫାଇନାଲରେ ୪ ର୍ଥ ସ୍ଥାନ କରିଛନ୍ତ।ସସ୍ମିତା ସପ୍ତାହକ ମଧ୍ୟରେ ୨ଟି ପୁରସ୍କାର ପାଇ କୋରାପୁଟ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଅନଲାଇନରେ ଆୟୋଜିତ ଏହି ପ୍ରତିଯୋଗୀତାରେ ୮ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ କରିଥିଲେ। ଶ୍ରେଷ୍ଠ ୨ ଜଣ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଅନଲାଇନ୍ରେ ଆୟୋଜନ ହୋଇଥିଲା। ଆୟୋଜନମାନଙ୍କ ପକ୍ଷରୁ ୧୦ ଦିନ ବିଭିନ୍ନ ଟ୍ୟାକ୍ସ ଦିଆଯାଇଥିଲା। ତେବେ କୋରାପୁଟର ଝିଅ ସସ୍ମିତା ଏହାକୁ ସୁନ୍ଦରଭାବେ ଉପସ୍ଥାପନା କରି ଇଲେକଚ୍ୟୁଆଲ ଟାଇଟଲ ହାସଲ କରିଛନ୍ତି। ଏଥି ସହିତ ଅନ୍ତର୍ଜାତୀୟ କ୍ବାରେଣ୍ଟାଇନ୍ ପ୍ରିନସେସ୍ ପାଇଁ ଅନଲାଇନ ଭୋଟିଂ ହୋଇଥିଲା ଏଥିରେ ମଧ୍ୟ ସସ୍ମିତା ୪ର୍ଥ ସ୍ଥାନ ହାସଲ କରି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।