ଝରିଗାଁ ଗସ୍ତରେ ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଲେ, ରୋଗୀଙ୍କ କଥା ଶୁଣିଲେ
16/09/2023 at 1:34 PM

ଉମରକୋଟ ୧୬/୦୯: ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଝରିଗାଁ ବ୍ଲକ ଗସ୍ତରେ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ପ୍ରଦୀପ ମାଝୀ ପ୍ରଥମେ ବିଭିନ୍ନ ୱାଡ଼ ବୁଲି ରୋଗୀମାନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିସର ବୁଲି ଦେଖିଥିଲେ । ଶେଷରେ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ।
ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶ୍ରୀ ମାଝୀଙ୍କୁ କିଛି ଆବଶ୍ୟକତା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ରୋଗୀ ପ୍ରତିକ୍ଷାଳୟ ଗୃହରେ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ ପାଇଁ LEDର ବ୍ୟବସ୍ଥା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ସହ ରୋଗୀ ଓ ସମ୍ପର୍କୀୟ ମାନଙ୍କ ହିତ ପାଇଁ ହାଇମେସ୍କ ଲାଇଟ ପ୍ରଦାନ କରିଛନ୍ତି । ଏହାସହ ପୁରୁଷ ଓ ମହିଳା ୱାଡ଼ରେ ରୋଗୀ ମାନଙ୍କ ସୁବିଧା ପାଇଁ ACର ବ୍ୟବସ୍ଥା, ଔଷଧ ଗଛିତ ଗୃହ ଛୋଟ ଥିବା ଯୋଗୁଁ ବ୍ଳକର ୩୪ଟି ସବସେଣ୍ଟର ଔଷଧ ରଖିବା ପାଇଁ ସମସ୍ୟା ହେଉଥିବା ବେଳେ ଔଷଧ ଗଛିତ ପାଇଁ ଏକ ବଡ଼ ଗୃହର ଆବଶ୍ୟକ ଏବଂ ଆବଶ୍ୟକ ଅନୁଯାୟୀ ବିଶେଷଜ୍ଞ ଡାକ୍ତର ଅଭାବ ଥିବା ନେଇ କହିଥିଲେ।
ତେବେ ଏସବୁ ସମସ୍ୟା ଶୁଣିବା ପରେ ପୂର୍ବତନ ସାଂସଦ ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ପ୍ରଶାସନ ସହ ଆଲୋଚନା କରି ପର୍ଯ୍ୟାୟ କ୍ରମେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ପ୍ରଦୀପ ମାଝୀ ।