‘ଓଡ଼ିଶା ହାଇକୋର୍ଟ କଷ୍ଟୋଡିଆନ୍ ଅଫ୍ ଦି କନ୍‌ଷ୍ଟିଚ୍ୟୁସନ’; ୭୫ତମ ପ୍ରତିଷ୍ଠା ସମାରୋହରେ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି

Published By : Prameya-News7 Bureau | April 10, 2023 IST

ଭୁବନେଶ୍ବର: ‘ଓଡ଼ିଶା ହାଇକୋର୍ଟ ସମ୍ବିଧାନର ସଂରକ୍ଷକ । ଏହାକୁ ସମ୍ବିଧାନର ରକ୍ଷକ ମାନିବା ଜରୁରୀ । ଓଡ଼ିଶା ହାଇକୋର୍ଟ କଷ୍ଟୋଡିଆନ୍ ଅଫ୍ ଦି କନଷ୍ଟିଚ୍ୟୁସନ’। ୭୫ତମ ପ୍ରତିଷ୍ଠା ଉତ୍ସବ ଅବସରରେ ଏଭଳି କିଛି କହିଛନ୍ତି, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭୂଷଣ ରାମକ୍ରୀଷ୍ଣ ଗାବାଈ ।

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଅବସରରେ ଏକ ସମ୍ମାନ ସମାରୋହ ହୋଇଥିଲା । ଏହି ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସର ପ୍ରାପ୍ତ ନ୍ୟାୟଧୀଶଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସିଜେଆଇ ଜଷ୍ଟିସ୍ ଗୋପାଳ ବହ୍ଲଭ ପଟ୍ଟନାୟକ ଏବଂ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସମେତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ ମୂରଲୀଧର ଏବଂ ପୂର୍ବତନ ବିଚାରପତି ମାନେ ଯୋଗ ଦେଇଥିଲେ ।

ଏହି ସମ୍ମାନ ସଭାରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭୂଷଣ ରାମକ୍ରୀଷ୍ଣ ଗାବାଈ ଓଡ଼ିଶା ହାଇକୋର୍ଟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟଳୟ ଗତ ୭୫ ବର୍ଷ ହେଲା ସମ୍ବିଧାନକୁ ସଂରକ୍ଷଣ ଦେବାରେ ସଫଳ ହୋଇଛି । ଏହା ସହିତ ସଂକ୍ଷିପ୍ତ ସମୟରେ ଲୋକଙ୍କୁ ଲମ୍ବା ସମୟ ଧରି ନ୍ୟାୟ ଦେବା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବାରେ ପୂରା ଦେଶରେ ଅନ୍ୟତମ । ଓଡ଼ିଶା ହାଇକୋର୍ଟର କିଛି ରାୟ ମଧ୍ୟ ନିଜ ଭାଷଣରେ ବିସ୍ତୃତି କହିଛନ୍ତି ଜଷ୍ଟିସ୍ ବି.ଆର୍ ଗବାଈ । ସେ ଏ ନାରାୟନ ମୂର୍ତ୍ତି ଏବଂ ଏଏନଆର୍ ବନାମ ରାଜା ଆଇଏଲଆର ୧୯୪୯ କଟକ ୨୪୪ ଏବଂ ଭବାନୀ ଶଙ୍କର ତ୍ରିପାଠୀ ବନାମ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ୧୯୯୨, ଆଦି ଗୁରୁତ୍ବପୂର୍ଣ୍ଣ ରାୟକୁ ଆଲୋକପାତ କରିଛନ୍ତି ।

 ସେହିପରି ଜଷ୍ଟିସ୍ ରାଧାଚରଣ ପଟ୍ଟନାୟକ କହିଛନ୍ତି, ଉଚ୍ଚ ନ୍ୟାୟଳୟ ହେଉଛି ଏକ ମନ୍ଦିର । ଏହାର ମୁଖ୍ୟ ଦେବତା ହେଉଛନ୍ତି ନ୍ୟାୟମୂର୍ତ୍ତି । ଆଇନଜୀବୀ ଏହାର ପୂଜାରୀ ସଦୃଶ । ହାଇକୋର୍ଟରେ କାର୍ଯ୍ୟକରୁଥିବା ଅନ୍ୟମାନେ ନିଜ ଭୂମିକାକୁ ସଠିକ୍ ଭାବେ ନିର୍ବାହ କରିଥାନ୍ତି । ଜଷ୍ଟିସ୍ ବି.ଆର୍ ଗବାଈ ଜନସ୍ବାର୍ଥ ମାମଲାର ଅପବ୍ୟବହାର ବାବଦରେ ମଧ୍ୟ ଆଲୋକପାତ କରିଛନ୍ତି । ଏହାକୁ କେତେକ କ୍ଷେତ୍ରରେ କେବଳ ପବ୍ଲିକ୍ ଷ୍ଟଣ୍ଟ ବ୍ୟବହାର କରାଯାଉଛି । ସେ ଏହାକୁ ନେଇ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ ଦେଇଛନ୍ତି । ଜାଜରସିଂହ ଗ୍ରାମବାସୀ ବନାମ ଓଡ଼ିଶା ସରକାର, ୮୩(୧୯୯୭) CLTକୁ ମନେପକାଇ ଦେଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ସିଜେଆଇ ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ରାୟକୁ ବିସ୍ତୃତି ଦେଇଥିଲେ ।  

ଓଡ଼ିଶା ହାଇକୋର୍ଟର ସମ୍ମାନ ସମାରୋହ ପରେ ସେ ଉତ୍କଳ ଗୌରବ ବା ଦି ଗ୍ରାଣ୍ଡ ଓଲ୍ଡ ମ୍ୟାନ ଅଫ ଓଡ଼ିଶା ଶ୍ରୀ ମଧୂସୁଦନ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.