ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର୩୦/୧୧: ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ଭୂମିକା ବିଲଡର ଲୋନ ଦୁର୍ନୀତି ମାମଲାରେ ତତ୍କାଳୀନ IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦୋଷୀ ପ୍ରମାଣିତ କରିଛନ୍ତି କୋର୍ଟ । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଫାଇନ ପାଇଁ ସ୍ପେଶାଲ ଜଜ୍‌, ଭିଜଲାନ୍ସ ସଜା ଶୁଣାଇଛନ୍ତି ।

ଅଭିଯୁକ୍ତ ମାନେ ହେଲେ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର( କମ୍ପାନୀ ସେକ୍ରେଟାରୀ), ଜ୍ଞାନେନ୍ଦ୍ର ସ୍ୱାଇଁ (ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ), ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ଼ ବିଭୁତି ଭୂଷଣ ସ୍ୱାଇଁ ।

ସୂଚନା ଥାଉକି ଏହି ଦୁର୍ନୀତି ମାମଲାରେ ସେପ୍ଟେମ୍ୱର ୨୯ ତାରିଖରେ ଭିଜିଲାନ୍ସ କୋର୍ଟ ଏକ ରାୟ ପ୍ରକାଶ କରିଥିଲେ । କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ କେର୍ଟ । ମୋକିମ୍ମଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ । ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ମିଳିଥିବା ବେଳେ ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ରେ ରହିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.