ORHDC ଦୁର୍ନୀତି ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ କୋର୍ଟ

Published By : Prameya-News7 Bureau | March 04, 2024 IST

କଟକ ୦୪/୦୩ : ବହୁ ଚର୍ଚ୍ଚିତ ORHDC ଋଣ ଦୁର୍ନୀତି ମାମଲା ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି ଶେଷ । ଶୁଣାଣି ସରିଛି ସତ ହେଲେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଭିଜିଲାନ୍ସ କୋର୍ଟରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ହୋଇଥିଲା । ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।

ଗତ ଫେବୃୟାରୀ ୨୯ରେ ଶୁଣାଣି କରିଥିଲେ ହାଇକୋର୍ଟ । ମହମ୍ମଦ ମୋକିମଙ୍କ ଆବେଦନ ଉପରେ ଶୁଣାଣି ଅସମାପ୍ତ ରଖିଥିଲେ କୋର୍ଟ । ମାର୍ଚ୍ଚ ୪ ଅର୍ଥାତ୍ ଆଜି ଏହି ମାମଲାର ଶୁଣାଣି ହେବାର ଥିଲା । ସୋମବାର ଏହି ମାମଲାରେ ରାୟ ଶୁଣାଇ ରାୟ୍ ସଂରକ୍ଷିତ ରଖିଛନ୍ତି କୋର୍ଟ ।

you can also read...

wp:embed {"url":"https://www.prameyanews7.com/mahamad-mokim-reaction-on-highcourt-verdict/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mahamad-mokim-reaction-on-highcourt-verdict/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.