scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧାନ ବିଲରୁ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ, ଅଙ୍ଗ ଚୋରା ଚାଲାଣର ସାଂଘାତିକ ଅଭିଯୋଗ

18/11/2023 at 4:25 PM

ନିଆଳି ୧୮।୧୧: ଫୁଲନଖରା-ନିଆଳି ୬୦ନଂ ରାଜ୍ୟ ରାଜପଥ ଇଛାପୁର ପୋଲ ନିକଟ ଧାନ ବିଲରେ ବ୍ୟକ୍ତିଙ୍କ ମୃତ ପଡ଼ିଥିବା ଘଟଣାରେ ନୂଆ ମୋଡ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି ହେଲେ ଆସିଛି ଅଙ୍ଗ ଚୋରା ଚାଲାଣର ସାଂଘାତିକ ଅଭିଯୋଗ । ମୃତକ ହେଲେ ଭୁବନେଶ୍ଵର ୟୁନିଟ୍ ୧ ଅଞ୍ଚଳର କେଳୁଚରଣ ରାରତରାୟ । ସେ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ । ତାଙ୍କ ନିଖୋଜ ନେଇ କ୍ୟାପିଟାଲ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ଶୁକ୍ରବାର ସକାଳୁ କଟକ ଜିଲ୍ଲା ଓଲଟପୁର ଥାନା ଇଛାପୁର ଠାରେ ଏକ ବିଲରୁ ଦୁର୍ଗନ୍ଧ ହେଉଥିବା ଜାଣି ଏକ ଗଳିତ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପଡିଥିବା ମୋବାଇଲରୁ ଯୋଗାଯୋଗ କରିବାରୁ ପରିବାର ଲୋକେ ପହଞ୍ଚି ଚିହ୍ନଟ କରିଛନ୍ତି ।

କେଳୁ ଚରଣଙ୍କୁ ହତ୍ୟା କରାଯାଇଥିବା ଭଉଣୀ ସସ୍ମିତା ରାରତରାୟ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଏହି ମୃତ୍ୟୁ ଘଟଣା ପଛରେ ଅଙ୍ଗ ଚୋରିର ବଡ଼ ଅଭିଯୋଗ ଆଣିଛନ୍ତି ଭଉଣୀ ସସ୍ମିତା । ମୃତ ଶରୀରର ମୁଣ୍ଡ ଠାରୁ ଛାତି ପର୍ଯ୍ୟନ୍ତ ଏସିଡ୍ ବା ଅନ୍ୟ କୌଣସି ଦ୍ବାରା ପୋଡି ଦିଆଯାଇଥିବାର ଚିହ୍ନ ରହିଥିବା ବେଳେ  ପେଟ ମଧ୍ୟ ସିଲାଇ ହୋଇଛି । ଯାହାକୁ ନେଇ ଅଙ୍ଗ ଚୋରା ଚାଲାଣର ସନ୍ଦେହ ଦୃଢିଭୂତ ହୋଇଛି । ଘଟଣାରେ ଓଲଟପୁର ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ମୃତଦେହକୁ ଜବତ କରି ପରିବାର ଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୂର୍ବରୁ କ୍ୟାପିଟାଲ ଥାନାରେ ନିଖୋଜ ମାମଲା ରହିଛି । କିପରି ଘଟଣାର ତଦନ୍ତ ଦିଗ ରହିବ ଓ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବ ତାହା ଉଭୟ ଓଲଟପୁର ଓ କମିଶନରେଟ୍ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

You Can Read :

   Related Posts