ଶରୀର ଓ ଅଙ୍ଗଦାନ ପାଇଁ ୩୦୪ ଜଣଙ୍କ ନାମ ପଞ୍ଜିକରଣ

Published By : Prameya-News7 Bureau | August 07, 2024 IST

ଚଣ୍ଡିଖୋଲ ୦୭।୦୮ : ଶରୀର ଓ ଅଙ୍ଗଦାନ କରିବାକୁ ୩୦୪ ଜଣଙ୍କ ନାମ ପଞ୍ଜିକରଣ । ଯାଜପୁର ଜିଲ୍ଲା ଧର୍ମଶାଳା ମର୍ଜିତାପୁର ଠାରେ ସଚେତନ ନାଗରିକ ମଞ୍ଚ ଓ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । 

ଏହି ଶିବିରରେ ଭାରତୀୟ ଶରୀର ଓ ଅଙ୍ଗଦାନ ସମିତିର ରାଷ୍ଟ୍ରୀୟ ଅଦକ୍ଷ ଡ଼ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଶିବିରରେ ୩୦୦ରୁ ଅଧିକ ବ୍ୟକ୍ତି ନିଜ ଶରୀର ଓ ଅଙ୍ଗଦାନ ଲାଗି ପଞ୍ଜିକରଣ କରିଥିଲେ । ସମସ୍ତ ଅଙ୍ଗଦାତାଙ୍କୁ ପ୍ରମାଣପତ୍ର ଓ ଗଛ ପ୍ରଦାନ କରାଯାଇଥିଲା । ନିଜେ ଶରୀର ଓ ଅଙ୍ଗଦାନ ଦାନ କରି ମୃତ୍ୟୁ ପରେ ଅମର ହୋଇ ରହିବା ସହ ଅନ୍ୟ ଜୀବନ ବଞ୍ଚାଇ ପାରିବା ବୋଲି ଅତିଥି ମାନେ ସଚେତନ କରାଇଥିଲେ । ଆଗାମୀ ଦିନରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶରୀର ଓ ଅଙ୍ଗଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.