scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେବଳ ଜେନେରିକ୍ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ଏନ୍‌ଏମ୍‌ସି ଦେଇଥିବା ନିର୍ଦ୍ଦେଶ ଉପରେ ଲାଗିଲା ରୋକ୍‌

24/08/2023 at 9:10 PM

ନୂଆଦିଲ୍ଲୀ: କେବଳ ଜେନେରିକ ଔଷଧ ଲେଖିବା ଛଡ଼ା ଅନ୍ୟ କୌଣସି ଔଷଧ ନ ଲେଖିବାକୁ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ତତ୍‌କାଳ ପ୍ରଭାବରୁ ସ୍ଥଗିତ ରଖାଯାଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଏବଂ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍ ଏନେଇ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟଙ୍କ ନିକଟରେ ପେରାଦ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ଜାତୀୟ ଚିକିତ୍ସା ଆୟୋଗ ପଞ୍ଜୀକୃତ ଚିକିତ୍ସା ଅଭ୍ୟାସକାରୀ ନିୟମ ୨୦୨୩ରେ ଡାକ୍ତରମାନଙ୍କୁ କେବଳ ଜେନରିକ ମେଡିସନ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଆୟୋଗର କହିବା କଥା ହେଲା ଦାମୀ ଔଷଧ ଠାରୁ ଜେନରିକ ପ୍ରାୟ ୮୦ ପ୍ରତିଶତ ସସ୍ତା। ତେଣୁ ଚିକିତ୍ସା ଖର୍ଚ୍ଚ ମଧ୍ୟ କମ ହେବ।  

ପଢ଼ନ୍ତୁ-ସର୍ଜରୀ ଦ୍ୱାରା ଲିଙ୍ଗ ବଦଳାଇବା ସମ୍ବିଧାନିକ ଅଧିକାର: ଆଲାହାବାଦ ହାଇକୋର୍ଟ

କିନ୍ତୁ ଏନ୍‌ଏମ୍‌ସିର ଏହି ନିର୍ଦ୍ଦେଶକୁ ଡାକ୍ତରମାନେ ବିରୋଧ କରିଥିଲେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ଏହାକୁ ବିରୋଧ କରିଆସିଛନ୍ତି ଡାକ୍ତର। କାରଣ ଡାକ୍ତରଙ୍କ କହିବା କଥା ହେଲା ଭାରତରେ ଜେନରିକ ଔଷଧର ମାନ ଦୁର୍ବଳ ରହିଛି। ଏଭଳି ସ୍ଥିତିର ଏମିତି ନିୟମ ରୋଗୀର ଜୀବନକୁ ବିପଦରେ ପକାଇପାରେ। ତେଣୁ ଏନ୍ଏମ୍‌ସିର ଏହି ନିୟମକୁ ଡାକ୍ତରମାନେ ବିରୋଧ କରି ଆସୁଛନ୍ତି।

ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଯେଉଁ ଡାକ୍ତରମାନେ ବ୍ରାଣ୍ଡ ଔଷଧ ପାଇଁ ଜେନରିକ ଔଷଧ ଲେଖୁ ନାହାନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।  

   Related Posts