vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୨୪ ଘଣ୍ଟାରେ ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

15/08/2020 at 4:56 PM

ଭୁବନେଶ୍ବର ୧୫।୮: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏଥି ସହ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ଅଂଚଳ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଦେଓଗଡ଼, ତେଲକୋଇଠୁ ଆରମ୍ଭ କରି ଭଦ୍ରକ ଢ଼େଙ୍କାନାଳ ପର୍ଯ୍ୟନ୍ତ ସବୁଠି ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଲଘୁଚାପ ଜନିତ ଭୀଷଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିନଥିବା ବେଳେ କାଙ୍କୁରୁକୋଣ୍ଡା ପୋଲ ଉପରୁ ଭାସି ଯାଇଛି ଏକ ମାଲବାହୀ ଟ୍ରକ୍‌ । ଗାଡ଼ିର ଡ୍ରାଇଭର ଓ ହଲପର ପହଁରି ପହଁରି ନିକଟରେ ଥିବା ଏକ ମନ୍ଦିର ବାରଣ୍ଡାରେ ପହଞ୍ଚି ଜୀବନ ବଞ୍ଚାଇଥିଲେ । କାଙ୍କୁରୁକୋଣ୍ଡା ସହ ପୋଟେରୁ, କୋରୁକୋଣ୍ଡା, ତାର୍ଲାକୋଟ୍‌ କନ୍ୟାଶ୍ରମ ଓ ଏମଭି ୯୬ ପୋଲ ଉପରେ ୩ରୁ ୪ଫୁଟ୍‌ ଉଚ୍ଚର ପାଣି ଚାଲିଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ମାଲକାନଗିରି ଓ ବାଲିମେଳା ମଧ୍ୟରେ ଗମନାଗମନ ବାଧପ୍ରାପ୍ତ ହୋଇଛି । ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବାକୁ ଯାଇଥିବା ଅନେକ ଶିକ୍ଷକ ପୋଟେରୁ ପୋଲ ନିକଟରେ ଫସି ରହିଥିଲେ । ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ବନ୍ୟା ଆଶ୍ରୟସ୍ଥଳୀରେ ପଲିଥିନ୍‌ ସହ ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରଖାଯାଇଛି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ପୋଲିସ ଓ ଓଡ୍ରାଫ୍‌ ଟିମ୍‌କୁ ଆଲର୍ଟ ରଖାଯାଇଛି ।  

ସେହିଭଳି ଗତକାଲି ଠାରୁ ଲଗାଣ ବର୍ଷା ବେବଗଡ଼ ଜିଲ୍ଲାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି ।ପ୍ରଧାନପାଟ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ।

ସେପଟେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବିଭିନ୍ନ ଅଂଚଳରେ ମଧ୍ୟ ସାମ୍ନାକୁ ଆସିଛି ବର୍ଷା ବିତ୍ପାତ ।  ତେଲକୋଇର ୧୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି । ଘୁରୁଡ଼ିଆ ନଦୀ ପୋଲ ଉପରେ ୩ଫୁଟର ପାଣି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆନନ୍ଦପୁର ଉପଖଣ୍ଡ ରେମାଳ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଛି ।

ସେହିଭଳି ଢ଼େଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବା ବେଳେ ଗଁଦିଆ ବ୍ଲକର ଷଡ଼ଙ୍ଗୀ ନୂଆ ସାହିରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ୧୫ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଦଧିସିଂହା ଗଁାରେ ପାଣ୍ଡରା ନାଳରେ ବ୍ରିଜ୍‌ କାମ ଚାଲିଥିବା ବେଳେ ହଠାତ୍‌ ପାଣି ମାଡ଼ି ଆସିବାରୁ ପାଣି ଭିତରେ ଫସିଯାଇଥିଲେ ୧୦ଜଣ ଶ୍ରମିକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।

ସେପଟେ ଭଦ୍ରକ ଜିଲ୍ଲାରେ ମଧ୍ୟ ଲଗୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଧାମନଗର-କୋଠାର ରାସ୍ତାର ଜୟ ନଗରଠାରେ ଓ ଭଦ୍ରକ-ଧାମନଗର ରାସ୍ତା ଉପରେ ୫ଫୁଟ୍‌ ପାଣି ଚାଲିଛି । ଧାମନଗର ଏନଏସି ଅଂଚଳରେ ମୁନସୀ ପାଟଣା, ବଣିଆ ସାହି, ଚାର ହବେଲି, ହବିବ ନଗର, କାଳିସାହିରେ ବର୍ଷା ଜଳ ଲୋକଙ୍କ ଘରେ ପାଣି ପଶିଛି ।

ତେବେ ଆସନ୍ତାକାଲି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

   Related Posts