ଓଲଟିଲା କମଳା ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲପର ଗୁରୁତର

Published By : Prameya-News7 Bureau | December 25, 2023 IST

ତେଲକୋଇ: ଟ୍ରକ୍ ଓଲଟି ଡ୍ରାଇଭର ହେଲପର ଗୁରୁତର। ଘଟଣା ଘଟିଛି ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକରେ ନିକଟରେ। ସୂଚନା ଅନୁଯାୟୀ, ନାସିକରୁ କଲିକତା ଯାଉଥିବା ଏକ କମଳା ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ଆଉ ଏଥିରେ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ନାସିର ଖାଁ ଓ ମୁବାରକ ଖାଁ । ଉଭୟଙ୍କ ଘର ହରିଆଣା ରାଜ୍ୟ ମହେନ୍ଦ୍ର ଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି ।

ତେବେ ସୂଚନା ଅନୁଯାୟ, ଏଚ ଆର୍ ୭୪ବି ୭୪୫୭ ନମ୍ବର ବିଶିଷ୍ଟ କମଳା ବୋଝେଇ ଟ୍ରକ୍ ନାସିକରୁ କଲିକତା ଅଭିମୁଖେ ଯାଉଥିଲା। ହେଲେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ବଜାର ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଜାତୀୟ ରାଜପଥରେ ବେଆଇନ ହମ୍ପସ ନିର୍ମାଣ କରାଯାଇଥିବା ବେଳେ ରାସ୍ତାରେ ହମ୍ପସ ଥିବା ନେଇ କୌଣସି ସୂଚନା ଦିଆ ଯାଇନଥିବାରୁ ବାରମ୍ବାର ଦୁର୍ଘଟଣା  ଘଟୁଥିବା ଅଭିଯୋଗ ହୋଇଛି । 

You Can Also Read: ବଙ୍ଗୀୟ ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର ମେଡିକାଲରେ ଭର୍ତ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.