scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଘୁଚାପ ବଳୟ ସକ୍ରିୟ : ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

20/09/2023 at 2:15 PM

ଭୁବନେଶ୍ବର ୨୦।୯: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ଓଡ଼ିଶା ଉପକୂଳରେ ରହିଛି । ଫଳରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଦୁଇଟି ସ୍ଥାନରେ ଅତି ପ୍ରବଳ ଓ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାକି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଗୁରୁବାର ମଧ୍ୟ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ରହିଛି ।

ଜୁନ୍ ୧ରୁ ଆଜି ସୁଦ୍ଧା ୫% ନିଅଣ୍ଟିଆ ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅନୁଭୂତ ବର୍ଷା କୋରାପୁଟ ସହରରେ ସର୍ବାଧିକ ୧୬୮ ମି.ମି. ରେକର୍ଡ ହୋଇଛି । ନନ୍ଦପୁରରେ ୧୩୭ ମି.ମି., ସେମିଳିଗୁଡାରେ ୧୦୩ ମି.ମି. ଏବଂ ଜୟପୁରରେ ୧୦୦.୮ ମି.ମି. ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୭ ମି.ମି. ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୬.୯ ମି.ମି. ତୁଳନାରେ ୨୪୨ ପ୍ରତିଶତ ଅଧିକ ରହିଛି ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

You Can Read :

   Related Posts