ଆମେରିକା-ବ୍ରିଟେନ୍‌ରେ ବଢ଼ୁଛି ଗଳା କର୍କଟ ରୋଗ, ଓରାଲ ସେକ୍ସ ବଡ଼ କାରଣ: ରିସର୍ଚ୍ଚ

Published By : Prameya-News7 Bureau | April 28, 2023 IST

ନୂଆଦିଲ୍ଲୀ, ୨୮/୦୪: ଆମେରିକା-ୟୁକେରେ ବଢ଼ୁଛି ଗଳା କର୍କଟ ରୋଗୀଙ୍କ ସଂଖ୍ୟା। ଆଉ ଓରାଲ ସେକ୍ସ ଏହାର ଏକ ପ୍ରମୁଖ କାରଣ ପାଲଟିଥିବା ନେଇ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଅବଶ୍ୟ ଏହି ଦୁଇ ଦେଶରେ ସର୍ଭିକାଲ କ୍ୟାନ୍ସର (ଗର୍ଭାଶୟ କର୍କଟ) ସଂଖ୍ୟା ଅଧିକ ଥିଲେ ବି, ଗଳା କ୍ୟାନ୍ସର ମାତ୍ରା ଗତ ଦୁଇ ଦଶନ୍ଧି ମଧ୍ୟରେ ଚିନ୍ତାଜନକ ଭାବରେ ବଢ଼ିଛି।

‘ଦ କନଭରସେଶନ’ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣାରେ ବର୍ମିଂହାମ୍‌ ବିଶ୍ବବିଦ୍ୟାଳୟର ଡା. ହିସରାମ ମେହାନା କହିଛନ୍ତି, ମୁଖ୍ୟତଃ ହ୍ୟୁମାନ ପେପିଲୋମା ଭାଇରସ (HPV) କାରଣରୁ ଏହି ରୋଗ ହେଉଛି। ଏହି HPV ହିଁ ଗର୍ଭାଶୟ କର୍କଟ ରୋଗର ମୁଖ୍ୟ କାରଣ। HPV ଏକ ସାଧାରଣ ଭୂତାଣୁ ଯାହା ଭଜାଇନାଲ, ଆନଲ ଏବଂ ଓରାଲ ସେକ୍ସ ମାଧ୍ୟମରେ ସଂକ୍ରମିତଙ୍କ ଠାରୁ ବ୍ୟାପିଥାଏ ।

ତେବେ ଗବେଷଣାରେ କୁହାଯାଇଥିଲା ଯେ ଓରାଲ ସେକ୍ସ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଗଳା କର୍କଟ ଓରୋଫରୀଞ୍ଜିୟଲ କ୍ୟାନ୍ସର (oropharyngeal cancer) କ୍ୟାନସରକୁ ବୃଦ୍ଧି କରୁଛି, ଯାହା ଟନସିଲ୍‌ ଏବଂ ଗଳାପଛ ଭାଗକୁ ପ୍ରଭାବିତ କରିଥାଏ।

ପୂର୍ବରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ HPV ଭାଇରସ ଏହି ରୋଗ ପାଇଁ ଏକ ବଡ଼ କାରକ। HPV ବିଷୟରେ ଡ. ମେହେନା ଆହୁରି କହିଛନ୍ତି ଯେ, ’’ ଛଅରୁ ଅଧିକ ଲାଇଫ ଟାଇମ ଓରାଲ ସେକ୍ସ ପାର୍ଟନର ଥିବା ବ୍ୟକ୍ତିଙ୍କ ଠାରେ, ଓରାଲ୍ ସେକ୍ସ କରୁନଥିବା ବ୍ୟକ୍ତିଙ୍କ ତୁଳନାରେ ଓରୋଫରୀଞ୍ଜିୟଲ କ୍ୟାନ୍ସର ହେବାର ସମ୍ଭାବନା ୮.୫ ଗୁଣା ଅଧିକ ରହିଛି।

ୟୁକେର ନ୍ୟାସନାଲ ହେଲ୍‌ଥ ସର୍ଭିସ (NHS) ଅନୁଯାୟୀ, ୟୁକେରେ ପ୍ରତି ବର୍ଷ ପ୍ରାୟ ୮,୩୦୦ ଲୋକ ବର୍ଷ ଗଳା କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯାହାକି ପ୍ରତି ୫୦ କ୍ୟାନ୍ସର ମଧ୍ୟରୁ ଗୋଟିଏ।

ଡା. ମେହାନା ଆହୁରି କହିଛନ୍ତି ଏଚପିଭି ସଂକ୍ରମଣ ଗଳାର ପଛ ଭାବରେ କିମ୍ବା ଟନସିଲ୍‌ ପାଖକୁ ପ୍ରଭାବିତ କରିଥାଏ। ଏହି ସଂକ୍ରମଣ ଆପେ ଆପେ ଚାଲିଯାଇଥାଏ କିନ୍ତୁ ଅନେକ ସମୟରେ ଏହା କ୍ୟାନ୍ସରର କାରଣ ପାଲଟିଥାଏ। ତେବେ ଏହି ଏଚପିଭି ପାଇଁ ଏକ  ଭାକ୍ସିନ୍ ମଧ୍ୟ ରହିଛି ଯାହାକି ୮୦ ପ୍ରତିଶତ ଫଳପ୍ରଦ ବୋଲି କହିଛନ୍ତି ଡା. ମେହାନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.