ଭଦ୍ରକ: ପ୍ରକାଶ ପାଇଛି OPSC ରେଜଲ୍ଟ ପ୍ରକାଶ। ସମୁଦାୟ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ପର ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ରଙ୍କ ଝିଅ ଶ୍ଵେତାଶ୍ରୀ ମହାପାତ୍ର।
ଶ୍ଵେତାଙ୍କ ପରିବାର ସମ୍ପ୍ରତି ଭଦ୍ରକ ସହର ସ୍ଥିତ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ବସବାସ କରୁଛନ୍ତି। ଶ୍ଵେତାଙ୍କ ବାପା ହାଇସ୍କୁଲରୁ ଅବସର ନେଇଥିବାବେଳେ ତାଙ୍କ ମାଆ ଫେଜର ବାଳିକା ସ୍କୁଲରେ ପ୍ରଧାନଶିକ୍ଷୟତ୍ରୀ ରହିଛନ୍ତି।
ଶ୍ଵେତା ସମ୍ପ୍ରତି ଦୁର୍ଗାପୁର IITରେ ବି-ଟେକ ଏବଂ ଏମ-ଟେକ କରିଥିଲେ ଏବଂ ସେଠାରେ ସେ ଚାକିରି କରିଥିଲେ। ପରେ ଚାକିରି ଛାଡ଼ି OAS ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ।
ତେବେ ଝିଅର OPSC ଟପ୍ପର ହେବାକୁ ନେଇ, ଖୁସି ବ୍ୟକ୍ତ କରିଛନ୍ତି ଶ୍ବେତାଙ୍କ ବାପା। ସେ କହିଛନ୍ତି ଶ୍ବେତା ଜଣେ ମେଧାବୀ ଛାତ୍ରୀ। ଦିନ ରାତି ଏକ କରି ପାଠ ପଢ଼ୁଥିଲେ। ସେ ସବୁ ଶ୍ରେଣୀରେ ନିଜର କୃତିତ୍ୱ ଦେଖାଉଥିଲେ। ଶ୍ଵେତାଙ୍କ ବଡ଼ ଭଉଣୀ ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ, ତାଙ୍କ ଭାଇ IIT ଇଂଜିନିୟର କରି ଚାକିରି କରିଛନ୍ତି।