ଓଡ଼ିଶାରେ ୬୦୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଶେଷ ତାରିଖ ଜାଣନ୍ତୁ…
8/02/2020 at 8:38 PM

ଭୁବନେଶ୍ୱର୮|୨: ଓଡିଶା ପବ୍ଲିକ ସର୍ଭିସ କମିଶନ ଡିଗ୍ରୀ କଲେଜର ବିଭିନ୍ନ ବିଭାଗରେ ୬୦୬ଟି ଖାଲି ପଡିଥିବା ଅଧ୍ୟାପକ ପଦବୀ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ଜାରି କରିଛି। ଅନଲାଇନ୍ ମାଧ୍ୟମରେ ଏହି ଆବେଦନ କରିବାକୁ ଓପିଏସଏସି କହିଛି। ଏହା ଓଡିଶା ଏଜୁକେସନ ସର୍ଭିସର ଗ୍ରୁପ ଏ ଅଧିନରେ ରହିଛି।ଏଥିପାଇଁ ଆବେଦନ କରିବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨ ଯାଏଁ ଚାଲିବ। ତେବେ ମାର୍ଚ୍ଚ ୬ ତାରିଖ ଆବେଦନ ଅର୍ଥ ପୈଠର ଶେଷ ଦିନ ରହିଛି।

ଶିକ୍ଷାଗତ ଯୋଗ୍ୟତା
ସ୍ନାକତ୍ତୋରରେ ଅତିକମରେ ୫୫ ପ୍ରତିଶତ ରଖିଥିବା ଆବଶ୍ୟକ (ଯେଉଁ ବିଷୟରେ ଆପଣ ଆବେଦନ କରିଥିବେ)। ଯୁକ୍ତ ୩ରେ ଅତିକମରେ ଦ୍ୱିତୀୟ ଶ୍ରେଣୀରେ ପାସ କରିଥିବା ଆବଶ୍ୟକ।
ପ୍ରାର୍ଥୀ ନିଟ୍ ଯୋଗ୍ୟତା ଅର୍ଜନ କରିଥିବା ଆବଶ୍ୟକ।

ବୟସ ସୀମା
୨୧-୨୮ ବର୍ଷ
Related Posts
ଆମ୍ୱୁଲାନ୍ସକୁ ଧକ୍କାଦେଲା ବସ୍; ୩ ଆହତ
30 January 2023