Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ରେସଲରଙ୍କ ଦୁରୁପଯୋଗ କରୁଛନ୍ତି  ବିରୋଧୀ, ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରୁଛନ୍ତି’

29/05/2023 at 6:34 PM

ନୂଆଦିଲ୍ଲୀ: ରବିବାର ଜନ୍ତର ମନ୍ତରରେ ଦିଲ୍ଲୀ ପୋଲିସ୍ ଏବଂ ଧାରଣାରତ ରେସଲରଙ୍କ ମଧ୍ୟରେ ସଂଘର୍ଷ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରେସଲର ଯୋଗେଶ୍ଵର ଦତ୍ତ। ସେ କହିଛନ୍ତି ବିରୋଧୀ ପାର୍ଟି ରେସଲରମାନଙ୍କ ଉପରେ ବନ୍ଧୁକ ରଖି ରାଜନୀତି କରୁଛନ୍ତି ଏବଂ ଦେଶର ଛବି ମଳିନ କରିବାକୁ ଚେଷ୍ଟା କରୁଛନ୍ତି। ରେସଲରଙ୍କ ଦାବି ମୁତାବକ ଏଫଆଇଆର ରୁଜୁ ହେବା ସହ ପୋଲିସ୍ ଘଟଣାର ତଦନ୍ତ କରୁଛି୩।

ଯୋଗେଶ୍ଵର ଦତ୍ତ  କହିଛନ୍ତି, ଆମ ରେସଲରମାନଙ୍କୁ ଦୁରୁପଯୋଗ କରାଯିବାର ସବୁଠୁ ବଡ଼ ଉଦାହରଣ ଗତକାଲି ଦେଖିବାକୁ ମିଳିଛି। ନୂତନ ସଂସଦ ଭବନର ଉଦଘାଟନ ଦିନ ରେସଲମରଙ୍କୁ ଉସୁକାଇ ସେଠାକୁ ପଠାଗଲା। ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଉଦଘାଟନ କରୁଛନ୍ତି ସେହି ସମୟରେ ପ୍ରୋଟୋକଲ୍ ଭାଙ୍ଗି କୁସ୍ତିଯୋଦ୍ଧାଙ୍କୁ ଜବରଦସ୍ତି ପଠାଗଲା, ଯାହା ଦୁଃଖର ବିଷୟ। ଏଥିପାଇଁ ବିରୋଧୀମାନେ ଦାୟୀ। ସେହିମାନେ ରେସଲରଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରୁଛନ୍ତି। ଏଥିରେ ପୂରା ଦେଶର ଛବି ଖରାପ ହେଉଛି।

ରେସଲରମାନଙ୍କ ଦାବି ପୂରଣ ହୋଇଛି ଏବଂ ଏଫଆଇଆର ରୁଜୁ ହୋଇଛି। ପୋଲିସ୍ ମାମଲାର ତଦନ୍ତ କରୁଛି ଏବଂ କମିଟିର ତାର ରିପୋର୍ଟ କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଇ ଦେଇଛି। ଏଠାରେ ପହିଲମାନ ରାଜନୀତି କରୁନଥିଲେ। କିନ୍ତୁ କାଲିର ଘଟଣା ନିନ୍ଦନୀୟ ଅଟେ ବୋଲି ଯୋଗେଶ୍ଵର ଦତ୍ତ କହିଛନ୍ତି।

Wrestlers Protest News Live: Former IPS officer threatens to shoot wrestlers;  Bajranj Punia responds | Mint

ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀ ପୋଲିସ୍ ନୂତନ ସଂସଦ ଭବନ ଅଭିମୁଖେ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଅନ୍ୟଙ୍କୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିବା ପରେ ମୁକ୍ତ କରିଥିଲା। ଏହା ପୂର୍ବରୁ ମହିଳା ରେସଲର ଗତକାଲି ନୂତନ ସଂସଦ ଭବନ ବାହାରେ ମହିଳା ମହାପଞ୍ଚାୟତ ଆୟୋଜନ କରିବାକୁ ଘୋଷଣା କରିଥିଲେ।

   Related Posts