ରାସ୍ତା ପ୍ରଶସ୍ତିକରଣକୁ ବିରୋଧ; ସାଲିଆ ସାହି ବାସିନ୍ଦା ଓ ପୋଲିସ ମୁହାଁମୁହିଁ, ୧୭ ଅଟକ
19/12/2022 at 5:39 PM

ଭୁବନେଶ୍ୱର ୧୯/୧୨: ରାସ୍ତା ପ୍ରସସ୍ତିକରଣ ସର୍ଭେ କାମ ବେଳେ ସାଲିଆସାହି ବସ୍ତି ବାସିନ୍ଦାମାନେ ବିରୋଧ କରିଛନ୍ତିl ଏହି ସମୟରେ ବେଳେ ବସ୍ତି ବାସିନ୍ଦା ପୋଲିସକୁ ପଥର ମାଡ଼ କରିଥିଲେl ଫଳରେ ପୋଲିସ ବସ୍ତିବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା l ଏବେ ଘଟଣାସ୍ଥଳରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି l

ଘଟଣାସ୍ଥଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଜେଡିସି ଓ ବରିଷ୍ଠ ପୋଲିସ ଅଧିକାରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି l ଏହା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛିl ଅନ୍ୟପଟେ ଏହି ଘଟଣାରେ ୧୭ ଜଣରରୁ ଅଧିକ ଲୋକଙ୍କୁ ପୋଲିସ ଥାନାରେ ଅଟକ ରଖିଛିl ତେବେ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ପରିସ୍ଥିତି ହୋଇନାହିଁ ସେପର୍ଯ୍ୟନ୍ତ ପୋଲିସ ଫୋର୍ସ ମୁତୟନ ହୋଇ ରହିବେ ବୋଲି ଜଣାପଡ଼ିଛି।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023