ଅଶ୍ଳୀଳ ନାଚକୁ ବିରୋଧ; ଯାତ୍ରା ଅଭିନେତ୍ରୀଙ୍କୁ ଜୋତା ଫିଙ୍ଗିଲେ ମହିଳା

Published By : Prameya-News7 Bureau | October 28, 2022 IST

ଭଦ୍ରକ ୨୮/୧୦: ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ। ଯାତ୍ରା ମେଲୋଡି ହେବା ବେଳେ ଜୋତା ଫିଙ୍ଗିଲେ ମହିଳା। ଫଳେ କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା। ଖବର ଅନୁସାରେ, କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଛି। ଚରମ୍ପା ଅଞ୍ଚଳ ରେ ଯାତ୍ରା ରାଜ ନନ୍ଦିନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରୁଛି। ରାଜ ନନ୍ଦିନୀ  ଯାତ୍ରା ପାର୍ଟିର ରାନୀ ନାମକ ଅଭିନେତ୍ରୀ ନାଚୁଥିଲେ।

କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ଅଭିନେତ୍ରୀ ରାନୀଙ୍କୁ ଜୋତା ଫିଙ୍ଗିଥିଲେ। ପରେ ମହିଳା ମଞ୍ଚ ଉପରକୁ ଚାଲି ଯାଇଥିଲେ। ଏପରି କାଣ୍ଡ ପାଇଁ କିଛି ସମୟ ପାଇଁ ସେଠାରେ ନାଟକ ପରିହବେଷଣ ବନ୍ଦ ହୋଇଥିଲା। ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟମାନେ ବହୁ ବୁଝାସୁଝା ପରେ ଶେଷରେ ପୁଣି ଯାତ୍ରା ପରିବେଷଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.