ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

PMOଙ୍କ ସହ CECଙ୍କ ବୈଠକକୁ ନେଇ ଘେରିଲେ ବିରୋଧୀ, ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

17/12/2021 at 4:41 PM

ନୂଆଦିଲ୍ଲୀ ୧୭।୧୨:  ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କ ସମେତ ଅନ୍ୟ ୨ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୂପ ଚନ୍ଦ୍ରାଙ୍କ ସହ ବୈଠକ କରିବା ଘଟଣା ଏବେ ରାଜନୈତିକ ତୁଳ ଧରିଛି। ଏହି ବୈଠକକୁ ନେଇ ବିରୋଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଦେଶରେ ଆଗାମୀ ବିଧାନସଭା ନିର୍ବାଚନଗୁଡିକର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି।

ପିଏମଓ ଏପରି କରିବା ଉଚିତ ନୁହେଁ ବୋଲି ଖଡଗେ କହିଛନ୍ତି। ସିଇସି ନିଜେ ଏକ ସାମ୍ବିଧାନିକ ଅନୁଷ୍ଠାନ, ଏଣୁ ସେ ସ୍ୱତନ୍ତ୍ର । ପିଏମଓଙ୍କ ଡାକରାରେ ବୈଠକ କରିପାରିବେନି। ଯଦି ଏପରି ହେଲାଣି ଏଥିରେ ଆମେ ଦେଶରେ ହେବାକୁ ଥିବା ଆଗାମୀ ନିର୍ବାଚନଗୁଡିକ ନିରପେକ୍ଷ ହେବ ବୋଲି ଆମେ ଆଶା କିପରି କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି। ଆଗକୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିରେ ସିଇସି ଯେ ନିରପେକ୍ଷ ନିର୍ବାଚନ କରାଇବେ ସେ ନେଇ ଏବେ ସନ୍ଦେହ ଉପୁଜିଛି।

ପିଏମଓଙ୍କ ସହ ସିଇସିଙ୍କ ଏହି ବୈଠକ ଆଇନମନ୍ତ୍ରାଳୟଙ୍କ ପତ୍ର ମିଳିବାର ଦିନକ ପରେ ହୋଇଥିଲା। ତେବେ ଏହି ପତ୍ରରେ କିଛି ଅସାଧାରଣ ଶବ୍ଦର ଉପଯୋଗ ହୋଇଥିବାରୁ ବିରୋଧୀଙ୍କ ସନ୍ଦେହର କାରଣ ପାଲଟିଛି। ଆଇନମନ୍ତ୍ରାଳୟଙ୍କ ଅଧିକାରୀ ଲେଖିଥିବା ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ.ମିଶ୍ର ଏକ ବୈଠକ କରିବାକୁ ଚାହାନ୍ତି। ଏଥିରେ ସିଇସି ମଧ୍ୟ ଯୋଗଦେବା ଜରୁରି। ତେବେ ସୂତ୍ରରୁ ମିଳୁଥିବା ସୂଚନାରୁ ଆଇନମନ୍ତ୍ରାଳୟଙ୍କ ପତ୍ରର ଭାଷାକୁ ନେଇ ନିଜେ ସିଇସି ମଧ୍ୟ କ୍ଷୁବ୍ଧ। ଏହା ଯେପରି ଏକ ପତ୍ର ନୁହେଁ ସମନ ଭଳି ଲାଗୁଥିବାର କୁହାଯାଇଛି।

ଏହା ପୂର୍ବରୁ ପିଏମଓ ଏହିପରି ୨ଟି ବୈଠକ କରିଥିଲେ। ହେଲେ ଏହି ସବୁ ବୈଠକରେ ସିଇସିଙ୍କ ଉପସ୍ଥିତି ଜରୁରି ନଥିଲା। ଏହି ସବୁ ବୈଠକକୁ ନିର୍ବାଚନ କମିଶନଙ୍କ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ ସରକାର ନିର୍ବାଚନ ଆୟୋଗଙ୍କ ସ୍ୱାତନ୍ତ୍ରତା ଛଡାଇବାକୁ ଉଦ୍ୟମ କରୁଥିବାର ଏହା ଏକ ଆଖି ଖୋଲିବା ଭଳି ଘଟଣା ବୋଲି ରାଜ୍ୟସଭାରେ ସିପିଏମ ସାଂସଦ ଜନ ବ୍ରିଟାଶ କହିଛନ୍ତି। ଏଥିରୁ ସରକାର ଦେଶର ସବୁ ଏଜେନ୍ସୀ ଏପରିକି ନିର୍ବାଚନ ଆୟୋଗଙ୍କୁ ମଧ୍ୟ ପଙ୍ଗୁ କରିବା ଲାଗି ଉଦ୍ୟମ କରୁଥିବା ସ୍ପଷ୍ଟ ବାରି ହୋଇପଡୁଥିବା କହିଛନ୍ତି।

ପ୍ରସଙ୍ଗରେ ବରିଷ୍ଠ ସିପିଆଇ ନେତା ସୀତାରାମ ୟେଚରୁରୀ ଟ୍ୱିଟ୍‌ କରି ମୋଦି ସରକାରଙ୍କୁ ଅତ୍ୟାଚାରୀ ବୋଲି ଉଲ୍ଲେଖ କରିଛନ୍ତି। ପିଏମଓ କିପରି ଏକ ସାମ୍ବିଧାନିକ ପ୍ରାଧିକରଣଙ୍କୁ ଡକାଇପାରନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ନିର୍ବାଚନ ଆୟୋଗ ମଧ୍ୟ କିପରି ଦାୟିତ୍ୱହୀନ ଭାବେ ସେମାନେ ଡକାଇଲେ ବୋଲି ବୈଠକକୁ ପଳାଇଲେ ବୋଲି ପ୍ରଶ୍ନ କରିଛନ୍ତି।  

   Related Posts