Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

୨୦୨୪ ନିର୍ବାଚନ ପୂର୍ବରୁ ଖସୁଛି ବିରୋଧୀଙ୍କ ହାତ, ମୋର୍ଚ୍ଚା ଖୋଲିବାକୁ କଂଗ୍ରେସକୁ ନୀତୀଶଙ୍କ ପରାମର୍ଶ

20/02/2023 at 11:39 AM

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କରିବ ମାନସ ମନ୍ଥନ ।  ଛତିଶଗଡ଼ରେ ହେବାକୁ ଥିବା ସର୍ବଦଳୀୟ ଅଧିବେଶନରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ କରିବେ ନେତା । ଏହି ସମାବେଶର ଟ୍ୟାଗ୍ ଲାଇନ ରହିଛି  ‘ହାତରେ ହାତ ଯୋଡ଼’ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିପକ୍ଷ ଦଳଗୁଡିକୁ ଏକତ୍ରିତ କରିବା ।

୨୦୨୪ରେ ବିଜେପିକୁ ମାତ୍ ଦେବାକୁ ଉଦ୍ୟମ ଚଳାଇଛନ୍ତି ବିପକ୍ଷ ନେତା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ପରେ ଆହୁରି ସଶକ୍ତ ହୋଇଛି । ୨୦୨୪ ପାଇଁ ପ୍ଲାନିଂ କରୁଛନ୍ତି ଦଳୀୟ ନେତା । ଭାରତ ଯୋଡୋ ଯାତ୍ରା ଏକ ମାହୋଲ ସୃଷ୍ଟି କରିବା ସହିତ ବିରୋଧୀଙ୍କ ସଞ୍ଜୀବନୀ ପାଲଟିଛି । ଭାରତୀୟ ଜନତା ପାର୍ଟି ବିରୋଧରେ ଦଳ ଆହୁରି ଅଧିକ ମୋର୍ଚ୍ଚା ଖୋଲିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନୀତୀଶ ।     

ସେପଟେ ନୀତୀଶଙ୍କ ପରାମର୍ଶକୁ ନେଇ ଉତ୍ସାହିତ ହୋଇଛି କଂଗ୍ରେସ । ଦଳୀୟ ନେତା କହିଛନ୍ତି, କୌଣସି ବିରୋଧୀ ଦଳ ସେତେବେଳେ ସଫଳ ହୁଏ, ଯେତେବେଳେ ସେ ମୋର୍ଚ୍ଚାକୁ ନିଜେ ନେତୃତ୍ବ ନିଏ । ହେଲେ ବିପକ୍ଷ ଦଳମାନଙ୍କର ଏକତା, ମୋର୍ଚ୍ଚା ପାଇଁ ଠିକ୍ ନୁହେଁ । ବିରୋଧ ଦଳ ମାନଙ୍କର ଏକତା ଓ ନେତାଙ୍କର ତାଳମେଳ ଠିକ୍ ରହୁନଥିବାରୁ କଂଗ୍ରେସ ଶକ୍ତିହୀନ ହେଉଛି ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ।

କିଛି ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ଉପରେ ଜୋରଦାର ହମାଲା କରିଥିଲା କଂଗ୍ରେସ । ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଟିଏମସି ନେତା ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡଗେଙ୍କ ସହିତ ବୈଠକ କରୁଛନ୍ତି, ହେଲେ ପରେ ଭାରତୀୟ ଜନତା ପାର୍ଟି ସଂଯୋଗରେ ରହୁଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିରୋଧୀ ଦଳୀୟ ନେତାଙ୍କ ଏକତ୍ରୀକରଣ ଚର୍ଚ୍ଚା ଜୋର୍ ଧରୁଛି । ବିରୋଧୀ ଯୋଡ଼ିଥିବା ହାତ ଧୀରେ ଧୀରେ ଖସିବାରେ ଲାଗିଛି । କଂଗ୍ରେସକୁ କିଛି ବିପକ୍ଷ ପାର୍ଟି ନେତା ଖୁଲମଖୋଲା ବିରୋଧ କରୁଛନ୍ତି । ଟିଏମସି, ଆମ୍ ଆଦର୍ମି ପାର୍ଟି ଓ ବିଆରଏସ ନେତାଙ୍କ ଉଚ୍ଚ ଅଭିଳାଶା ସହିତ କଂଗ୍ରେସର ବିରୋଧାଭାଷ ସାମ୍ନାକୁ ଆସୁଛି । ଯାହା ବିଜେପିର ଏକମାତ୍ର ବିକଳ୍ପ ଦଳ ଭାବେ ଉଭା ହେଉଥିଲା ।  ଏପଟେ ନୀତୀଶ କହିଛନ୍ତି, ସମୟ ପୂର୍ବରୁ କଂଗ୍ରେସ ସଂଘର୍ଷ ନକଲେ ୨୦୨୪ ନିର୍ବାଚନ କ’ଣ ହେବ ଏହା ସମସ୍ତଙ୍କୁ ଜଣାଅଛି ।  

   Related Posts