ସଂସଦରେ ମହିଳା MPଙ୍କୁ ପିଟିବାକୁ ଲାଗିଲେ ବିରୋଧୀ ସାଂସଦ, ଭିଡିଓ ହେଲା ଭାଇରାଲ୍

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ, ୫/୧୨: ସଂସଦରେ ଦୁଇ ନେତାଙ୍କୁ ପରସ୍ପର ସହ ଯୁକ୍ତିତର୍କ କରୁଥିବା ଦେଖାଯାଇଥାଏ। କିନ୍ତୁ ପରସ୍ପରକୁ ଚାପୁଡ଼ା ମାରିବା କିମ୍ବା ଗୋଇଠା ମାରିବା ଆଶ୍ଚର୍ଯ୍ୟ କରିପାରେ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ଆସିଛି। ଯେଉଁଠାରେ ସଂସଦରେ ଜଣେ ସାଂସଦ, ଶାସନରେ ଥିବା ମହିଳା ସାଂସଦଙ୍କ ସହ ମାରପିଟ୍ କରିଥିଲେ। ରାଗରେ ମହିଳା ସାଂସଦ ମଧ୍ୟ ନେତାଙ୍କ ଉପରେ ଚେୟାର ଫିଙ୍ଗିଥିଲେ। ଉଭୟ ନେତାଙ୍କ ଲଢ଼େଇର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ସଂସଦରେ ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା। ଶାସନରେ ଥିବା ଏମୀ ନାଦିୟେ ଗନୀବୀ ଏବଂ ବିରୋଧୀ ସାଂସଦ ମସ୍ସାତା ସାମ୍ବଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ମସ୍ସାତା ନିଜ ସିଟ୍‌ରୁ ଉଠି ସିଧା ମହିଳା ସାଂସଦଙ୍କୁ ଚାପୁଡ଼ା ମାରିଥିଲେ।

ଚାପୁଡ଼ା ଖାଇବା ପରେ ମହିଳା ସାଂସଦ ମଧ୍ୟ ରାଗିଯାଇଥିଲେ ଏବଂ ସେ ବିରୋଧୀ ଦଳ ସାଂସଦଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏହାରି ମଧ୍ୟରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟ ରୋକିବାକୁ ଆସିଥିଲେ ଏବଂ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ରାଷ୍ଟ୍ରପତି ମ୍ୟାକି ସଲ୍‌ଙ୍କ ତୃତୀୟ କାର୍ଯ୍ୟକାଳର ବିରୋଧ କରିବା ପାଇଁ ଶାସନରେ ଥିବା ପାର୍ଟୀର ସାଂସଦ ଆଧ୍ୟାତ୍ମିକ ନେତାଙ୍କ ଆଲୋଚନା କରିଥିଲେ। ଯାହାକୁ ନେଇ ଏହି ଯୁକ୍ତିତର୍କ ହୋଇଥିଲା।

ତେବେ ମହିଳା ସାଂସଦଙ୍କୁ ମାଡ଼ ମାରିବା ଘଟଣାକୁ ବିଭିନ୍ନ ମହଲରେ ବିରୋଧ କରୁଛନ୍ତି। ବିରୋଧୀ ଦଳ ନେତାଙ୍କ ଏହି ଆକ୍ରମଣକୁ ନିନ୍ଦା କରାଯାଉଛି। ଚାପୁଡ଼ା ମାରିଥିବା ସାଂସଦଙ୍କ ବିରୋଧରେ ସୋସିଆଲ ମିଡିଆରେ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି।

wp:embed {"url":"https://twitter.com/i/status/1598632121802797057","type":"rich","providerNameSlug":"twitter","responsive":true}
https://twitter.com/i/status/1598632121802797057
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.