Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୩ରେ ବିରୋଧୀଙ୍କ ମେଗା ସୋ, ମହାମେଳିରେ ସାମିଲ ହେବେ ଅନେକ ନେତା

8/06/2023 at 3:20 PM

ବିହାର ୦୮/୦୬: ଆସନ୍ତା ୨୩ରେ ବିରୋଧୀଙ୍କ ମେଗା ସୋ । ପାଟନାରେ ହେବାକୁ ଥିବା ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ମୁଖ୍ୟ ।

ମହାସମାବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି । ସେହିପରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବା ଆଶା ରହିଛି ।

ଏହି ସମାବେଶରେ ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢେଇ କରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସମ୍ଭାବନା ରହିଛି। ଗତ କିଛି ଦିନ ଧରି ବିଜେପି ବିରୋଧରେ ମେଣ୍ଟକୁ ଶକ୍ତିଶାଳୀ କରିବା ଲାଗି ବିଭିନ୍ନ ନେତା ଘନ ଘନ ଉଦ୍ୟମ କରୁଥିବା ଦେଖାଯାଇଛି ।

   Related Posts