ସମ୍ପର୍କରେ ଜମାଟ ବରଫକୁ ତରଳାଇ ଦେଲା EDଙ୍କ କାର୍ଯ୍ୟାନୁଷ୍ଠାନ ! ସୋନିଆଙ୍କ ସପକ୍ଷରେ ବାହାରିଲେ G-23 ନେତା, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | July 27, 2022 IST

ନୂଆଦିଲ୍ଲୀ ୨୭।୭: ଗୁଲାମନବୀ ଆଜାଦ ଓ ଆନନ୍ଦନ ଶର୍ମା କଂଗ୍ରେସର ଏପରି ଦୁଇ ଜଣ ନେତା ଯେଉଁମାନେ ଗତ କିଛି ସମୟ ହେଲା ଗାନ୍ଧି ପରିବାରଙ୍କ ବିରୋଧରେ କହିବା ଯୋଗୁ ଗଣମାଧ୍ୟମ ଚର୍ଚ୍ଚାରେ ଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରା ଉଚରା ଲାଗି କାର୍ଯ୍ୟକାରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଡକାଉଥିବାରୁ ୨ ନେତା ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋନିଆଙ୍କୁ ଇଡିର ପଚରା ଉଚରାର ଔଚିତ୍ୟ ନେଇ ସେମାନେ ଏବେ ପ୍ରଶ୍ନ ଉଠାଇଛନ୍ତି।

{"id":662209,"width":842,"height":726,"sizeSlug":"full","linkDestination":"none"}

ସେମାନଙ୍କ ଅନୁସାରେ ନ୍ୟାସନାଲ ହେରଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ ଇଡିଙ୍କ ପଚରା ଉଚରା ସରିଛି। ଏହା ପରେବି ସୋନିଆଙ୍କୁ ପଚରାଉଚରା କରାଯିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି । ତାଙ୍କ ବୟସ ଯାହା ଏଥିରେ ତାଙ୍କୁ ବାରମ୍ବାର ଇଡି କାର୍ଯ୍ୟାଳୟକୁ ଡକାଇବା ଘଟଣାକୁ ସେମାନେ ବିରୋଧ କରିଛନ୍ତି। ମାମଲାରେ ଆଜାଦ ବୁଧବାର ଗଣମାଧ୍ୟମ ସହ ଆଲୋଚନାରେ ନ୍ୟାସନାଲ ହେରଲ୍ଡ ସମ୍ପର୍କିତ ଏପରି କେଉଁ କାଗଜର ତଦନ୍ତ ହେଉଛି ଯାହା ବର୍ଷବର୍ଷ ଧରି ସରୁ ନାହିଁ ବୋଲି କହିଛନ୍ତି। ଏକ ସମୟରେ କୁହାଯାଇଥିଲା ଏହି ମାମଲାରେ କିଛି ନାହିଁ, ପୁଣି ରାହୁଲଙ୍କୁ ଡକାଇ ୫ ଦିନ ଧରି ଜେରାର ଅର୍ଥ କଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଯେତେବେଳେ ମାମଲା ଗୋଟିଏ ଓ ପରିବାର ଗୋଟିଏ ଏଥିରେ ରହୁଲଙ୍କୁ ୫ ଦିନ କେତେଘଣ୍ଟା ଜେରା କରିବା ପରେ ବି ଏଥିରେ ସୋନିଆଙ୍କୁ ଡକାଯିବାର କାରଣ କଣ ହୋଇପାରେ ବୋଲି ସେ କହିଛନ୍ତି। ରାହୁଲ ଏବେ ଯୁବକ, ହେଲେ ସୋନିଆ ବାର୍ଦ୍ଧକ୍ୟରେ ପହଞ୍ଚି ସାରିଲେଣି। ଏହା ଛଡା ସେ ଗତ କିଛି ବର୍ଷ ହେଲା ଅସୁସ୍ଥତା ମଧ୍ୟ ଦେଇ ଗତି କରୁଛନ୍ତି।  ସେ ଏତେବର୍ଷରୁ ସଙ୍ଗଠନ ଓ ରାଜନୈତିକ ପରିବାର ସହ ଥିବାରୁ ହୁଏତ ସେ ରାଜନୀତି ଭଲ ରୂରେ ବାଝି ଯାଇଥାଇପାରନ୍ତି ହେଲେ ଏହି ସବୁ ବୈଷୟିକ ପ୍ରସଙ୍ଗରେ ସେ କିପରି ଜାଣିବେ ବୋଲି ଆଜାଦ କହିଛନ୍ତି। ଏଣୁ ସୋନିଆଙ୍କୁ ତାଙ୍କ ବୟସ ଦୃଷ୍ଟିରୁ ମାମଲାରୁ ବାହାରେ ରଖାଯିବା ଦରକାର ବୋଲି କହିଛନ୍ତି।

{"id":662210,"width":839,"height":629,"sizeSlug":"full","linkDestination":"none"}

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ମଧ୍ୟ ଆଇନକୁ ଅସ୍ତ୍ରଭଳି ଉପଯୋଗ କରାଯାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ଲୋକଙ୍କୁ ଅପମାନିତ କରିବା ପାଇଁ ଏପରି କରାଯାଉଥିବା ସେ କହିଛନ୍ତି। ଏପରି କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଯେତେବେଳେ ମାମଲାରେ ରାହୁଲଙ୍କୁ ଦୀର୍ଘ ପଚରା ଉଚରା କରାଯାଇଛି ଏଥିରେ ସୋନିଆଙ୍କୁ ଭିଡିଘୋଷାଡି ପଚରାଉଚରା କରିବା ଠିକ୍ ନୁହେଁ ବୋଲି ଆନନ୍ଦ ଶର୍ମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.