ସଂସଦରେ ଉଠିଲା ଆଦାନୀ ଝଡ଼, ତଦନ୍ତ ଦାବି କଲେ ବିରୋଧୀ
2/02/2023 at 4:49 PM

ନଆଦିଲ୍ଲୀ. ୦୨/୦୨: ସଂସଦରେ ଉଠିଲା ଆଦାନୀ ଝଡ଼। ବିରୋଧୀ ଉଠାଇଲେ ତଦନ୍ତ ଦାବି। ଆଦାନୀ ଗ୍ରୁପ୍କୁ ନେଇ ହିଣ୍ଡନବର୍ଗର ରିପୋର୍ଟ ପରେ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ବିରୋଧୀ ପାର୍ଟି ଆଦନୀ ଗ୍ରୁପ୍ ବିରୋଧରେ ହିଣ୍ଡନବର୍ଗ ରିପୋର୍ଟରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଦାବି କରିଛନ୍ତି। ଏହି ଘଟଣା ଲୋକଙ୍କୁ କଷ୍ଟ ଅର୍ଜିତ ଅର୍ଥକୁ ବିପଦରେ ପକାଉଥିବା ନେଇ କହିଛନ୍ତି ବିରୋଧୀ।
ମିଳିତ ସଂସଦୀୟ କମିଟି କିମ୍ବା ହାଇକୋର୍ଟଙ୍କ ଦ୍ବାରା ଏହି ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି ଯେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ଏକ ବିଜ୍ଞପ୍ତି ଆଣିଥିଲେ। ଏହି ବିଜ୍ଞପ୍ତିରେ ଆଦାନୀ ଗ୍ରୁପ୍ରେ ନିବେଶ କରିଥିବା ଏଲଆଇସି, ଏବଂ ପିଏସୟୁ ଏବଂ ଆଦାନୀ ଗ୍ରୁପ୍ ସହ ଜଡ଼ିତ ଥିବା ଅନ୍ୟାନ୍ୟା ଆର୍ଥିକ ସଂସ୍ଥାଙ୍କ ସହ ନିବେଶରେ ଥିବା ଅସୁବିଧାକୁ ଆଲୋଚନା କରାଯାଇଥାନ୍ତା।
ସେ କହିଛନ୍ତି ଆମେ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଥିଲୁ କିନ୍ତୁ ଆମର ନୋଟିସ୍କୁ ପ୍ରତ୍ୟାଖ୍ୟାନ କରାଯାଇଛି। ଯେତେବେଳେ ଆମେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଆମକୁ ସମୟ ଦିଆଯାଇନଥିଲା। ଗରିବ ଲୋକଙ୍କ ଟଙ୍କା ଏଲଆଇସି, ଏସବିଆଇ ଏବଂ ଅନ୍ୟ ଜାତୀୟ ବ୍ୟାଙ୍କରେ ରହିଛି ଏବଂ ଏହି ସବୁ ଟଙ୍କା ଏହି ସବୁ କମ୍ପାନୀଙ୍କୁ ଦିଆଯାଇଛି। ତେଣୁ ଏହି ମାମଲାର ଏକ ଯୁଗ୍ମ କମିଟି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ପ୍ରସଙ୍ଗରେ ତଦନ୍ତ କରିବା ଦରକାର। ସେପଟେ ହିଣ୍ଡନବର୍ଗ ରିପୋର୍ଟ ଉପରେ ଆଲୋଚନା କରିବାକୁ ଚାହୁଥିବା ବିରୋଧୀଙ୍କ ଗୃହରେ ହଙ୍ଗାମା ପରେ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ପରେ ଗୃହକୁ ଶୁକ୍ରବାର ଯାଏଁ ସ୍ଥଗିତ ରଖାଯାଇଛି।
ସୂଚନାଯୋଗ୍ୟ, ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ରେ ଏହି ସଙ୍କଟ ଦେଖାଦେଇଛି। ବୁଧବାର ଏହାର ୨୦ ହଜାର ଏଫପିଓ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିଛି ଆଦାନୀ ବୋର୍ଡ। ଏହାପରେ ଆଦାନୀ ବୋର୍ଡ ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରାଇବ। ରିଜର୍ଭ ବ୍ୟାଙ୍କ୍ ମଧ୍ୟ ଏହି ମାମଲାରେ ବ୍ୟାଙ୍କ ଏବଂ ଆଦାନୀ ଗ୍ରୁପ୍କୁ ଦେଇଥିବା ଋଣର ଏକ ରିପୋର୍ଟ ମାଗଛି।