vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ, ବିରୋଧୀ କହିଲେ ଝିଣ୍ଟିକା ମାରି ବଣି ପୋଷା ଚାଲିଛି

18/08/2019 at 7:30 PM

ଭୁବନେଶ୍ବର୧୮|୮; ଆକ୍ସନ ମୋଡରେ ସରକାର । ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ବିରୋଧୀ କିନ୍ତୁ ନାଖୁସ । ବଡବଡିଆ ବାବୁଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନକରି କେବଳ ତଳତଳିଆ ଅଫିସରଙ୍କ ବିରୋଧରେ କାର୍ଯ୍ୟ ନିଆଯାଇଛି।

୧୧ଆଇଏସ ଏବଂ ୨୨୭ ଜଣ ଓଏଏସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି । ଭିଜିଲାନ୍ସରେ ମାମାଲା ଚାଲିଛି । ସେମାନଙ୍କ ଉପରେ ଆକ୍ସନ କେବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ….

ଦୁର୍ନୀତିକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ୧୫ ଜଣଙ୍କୁ ବହିଷ୍କାର କରିଥିବା ବେଳେ ୨ଜଣ ଙ୍କ ପେନସନ ବନ୍ଦ କରିଛନ୍ତି । ହେଲେ ବିରୋଧି ମାନିବାକୁ ନାରାଜ।  ଝିଣ୍ଟିକା ମାରି ବଣି ପୋଷିବା କଥା ସହିତ ତୁଳନା କରିଛନ୍ତି ବିରୋଧୀ । ତଳ ତଳିଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କିନ୍ତୁ ବଡ ବଡିଆ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି । ବିରୋଧୀ ଉଦହରଣ ବି ଥୋଇଛନ୍ତି।  

ବିଧାନସଭାରେ  ସରକାର ଯେଉଁ ତଥ୍ୟ ଦେଇଛନ୍ତି । ୨୦୧୦ରୁ ୨୦୧୯ ଭିତରେ  ୨୩୮ ଜଣ ହ୍ବାଇଟକଲାର ବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି।  ସେଥିରେ ୧୧ ଅଇଏଏସ ଅଫିସର ଏବଂ ୨୨୭ ଜଣ ଓଏସ ଅଫିସର ଅଛନ୍ତି।  ଏପରିକି କିଛି ଅବସର ବି ନେଇ ଗଲେଣି।  କିନ୍ତୁ  ଏବେ ବି ସେମାନଙ୍କ  ଦୁର୍ନୀତି ଫାଇଲ ଗଡୁଛି। ସରକାରଙ୍କ କିଛି ଆକ୍ସନ ନାହିଁ। ଯାହାକୁ ନେଇ ବିରୋଧୀ କହିଛନ୍ତି  ଏହା କେବଳ ଲୋକ ଦେଖାଣିଆ।

ଅଫିସରଙ୍କ ବିରୋଧରେ ଭିଜିଲନ୍ସ ମାମଲା ଦିନ ପରେ ଦିନ ଗଡି ଚାଲିଛି। ମାମାଲା ଫଇସଲା ହେଲା ବେଳକୁ ସରକାରୀ ଅଧିକାରୀମାନେ ଅବସର ନେଇଯାଉଛନ୍ତି । ତେବେ ଏହାର ଉତ୍ତର ବି ଅଛି।  ଏବେ ପଞ୍ଚମ ପାଳି ସରକାରରେ ଫାଇଭ୍‌ ଟି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଆକ୍ସନ ଆରିମ୍ଭ କରିଛନ୍ତି ଆଗକୁ କଣ  ହେଉଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଆକ୍ସନ ଆରମ୍ଭ ହୋଇଛି । ବଡବଡ଼ ବାବୁଙ୍କ ବିରୋଧରେ ଆକ୍ସନ ହେଉଛି ନାଁ ଆକ୍ସନ ଅଧାବାଟରେ ଇନାକ୍ସନ ହୋଇଯାଉଛି ତାହା ଉପରେ ବିରୋଧୀ କଡ଼ା ନଜର

   Related Posts