ମେୟରଙ୍କ ବୁଝାସୁଝା ପରେ ମାନିଲେ, ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

Published By : Prameya-News7 Bureau | November 17, 2023 IST

କଟକ୧୭/୧୧: ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର । ମେୟରଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଲେ । ଛତ୍ରବଜାର ପିଣ୍ଡି ବିବାଦକୁ ନେଇ ଗତ ୪ ଦିନ ହେଲା ଧାରଣାରେ ବସିଥିଲେ କର୍ପୋରେଟର । ସକାଳେ ସିଏମ୍‌ସି ମୁଖ୍ୟାଳୟରେ ପହଁଚିଥିଲେ ମେୟର ସୁବାସ ସିଂହ । ସାଙ୍ଗରେ ଥିଲେ ସିଏମ୍‌ସି କମିଶନର ନିଖିଲ ପଓ୍ୱନ କଲ୍ୟାଣ । ବିରୋଧୀ କର୍ପୋରେଟଙ୍କ ସହ ଆଲୋଚନା ବି କରିଥିଲେ । ଏହାପରେ ଆନ୍ଦୋଳନରୁ ହଟିଥିଲେ କର୍ପୋରେଟର ।

ସୂଚନା ଥାଉକି, କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । ତେବେ ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର ହେଇପଡିଥିଲେ । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.