ତୃତୀୟ ଦିନରେ ବିରୋଧୀ କର୍ପୋରେଟରଙ୍କ ଧାରଣା, ପ୍ରତିବାଦ ସଭା ଆରମ୍ଭ କଲେ କଂଗ୍ରେସ ବିଧାୟକ

Published By : Prameya-News7 Bureau | November 15, 2023 IST

କଟକ ୧୫/୧୧: ସିଏମ୍‌ସି ସଭାଗୃହରେ ବିରୋଧୀ କର୍ପୋରେଟର ମାନେ ଏବେବି ଧାରଣାରେ ବସିଛନ୍ତି । ତେଣେ ଗୃହ ବାହାରେ ପ୍ରତିବାଦ ସଭା ଆରମ୍ଭ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ଏହା ଭିତରେ ସରକାରୀ ଦଳକୁ ଅଡୁଆରେ ପକାଇବା ଲାଗି ବିରୋଧୀ ବିଜେପି ପକ୍ଷରୁ ମଧ୍ୟ ଭରପୁର କସରତ ଆରମ୍ଭ ହୋଇଯାଇଛି । ତୃତୀୟ ଦିନରେ ପହଞ୍ଚିଲା ଧାରଣା ଏବଂ ଆନ୍ଦୋଳନ ।

ଆଜିବି କଟକ ମହାନଗର ନିଗମର ସଭାଗୃହ ଭିତରେ ଧାରଣା ଦେଇ ବସିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପିର କର୍ପୋରେଟର ମାନେ । ତେଣେ ଜଳନ୍ତା ନିଆରେ ଘିଅ ଢାଳିବା ଭଳି ସିଏମ୍‌ସି ମୁଖ୍ୟାଳୟ ଆଗରେ ପ୍ରତିବାଦ ସଭା ଆରମ୍ଭ କରିଦେଇଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ମଙ୍ଗଳବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଧାରଣାରତ କର୍ପୋରେଟରଙ୍କୁ ଭେଟିଥିଲେ ଆଜି ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଆସି ଧାରଣାରେ ବସିଛନ୍ତି ।

ମୋଟ ଉପରେ କହିଲେ କଟକ ମହାନଗର ନିଗମର କାଉନସିଲ୍ ବୈଠକରେ ଘଟିଥିବା ପ୍ରସଙ୍ଗକୁ ଏକ ରାଜନୈତିକ ମୋଡ ଦେବାଲାଗି ବିରୋଧୀ ଶିବିର ଭରପୁର ଉଦ୍ୟମ କରିଛି । ସୋମବାର ବସିଥିଲା ସି ଏମ୍ ସି କାଉନସିଲ୍ ବୈଠକ । ଯେଉଁଠି ଅର୍ବାନ ହାଟରେ ଦେଖାଦେଇଥିବା ପରିଚାଳନାଗତ ତୃଟି , ହାଡିଆ ପଠା ଜମି ଦୁର୍ନୀତି ଏବଂ ବାଲିଯାତ୍ରା ପାଇଁ ହୋଇଥିବା ଖର୍ଚ୍ଚର ସଠିକ୍ ଯାଞ୍ଚ ପାଇଁ ବିରୋଧୀ କର୍ପୋରେଟର ମାନେ ଦାବି କରିଥିଲେ । ପରେ ଜଣେ ମହିଳା ଅଧିକାରୀଙ୍କ ଆଚରଣକୁ ନେଇ ଖପ୍ପା ହୋଇଥିଲେ କଂଗ୍ରେସ କର୍ପୋରେଟର ମାନେ ।

ତେବେ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସଫେଇ ଦେଇଛନ୍ତି ମେୟର । ଏବଂ ବିରୋଧୀ ମାନେ ଶାଳିନତା ନଶିଖିଲେ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି , ତେଣୁ ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତିଯେ, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ଗୁଣ୍ତାଗର୍ଦ୍ଦିକୁ ଓହ୍ଲାଇ ଆସିଛନ୍ତି, ଏପରିକି ବିଜେପିକୁ ଟାର୍ଗେଟ କରି ଦେବାଶିଷ କହିଛନ୍ତିକି , ଗଣତନ୍ତ୍ରର ପ୍ରକୃତ ମୂଲ୍ୟକଣ ସେ ବାବଦରେ ବିଜେପି ଆଗ ନିଜେ ନିଜକୁ ପଚାରୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.