LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲଙ୍କ ମୁଦ୍ଦାରେ ବିପକ୍ଷ ସାଂସଦଙ୍କ ସଂଗ୍ରାମ ଜାରି; କଳା ପୋଷାକ ପିନ୍ଧି ସଂସଦରେ ପ୍ରଦର୍ଶନ, ୧୭ ପାର୍ଟି ସାମିଲ

27/03/2023 at 12:57 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ସଂଗ୍ରାମ ଜାରି ରହିଛି । ବିଜେପିକୁ ଘେରିବା ପାଇଁ କଂଗ୍ରେସ ସହିତ ଏକଜୁଟ ହୋଇଛନ୍ତି ବିପକ୍ଷ ପାର୍ଟି । ଏହାରି ଭିତରେ ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଅର୍ଜୁନ୍ ଖଡଗେଙ୍କ ସହିତ ସମସ୍ତ କଂଗ୍ରେସ ସାଂସଦମାନେ କଳା ପୋଷାକ ପରିଧାନ କରି ସଂସଦରେ ପହଞ୍ଚିଥିଲେ । ସୋନିଆ ଗାନ୍ଧି ମଧ୍ୟ ବ୍ଲାକ୍ ଶାଢୀ ପିନ୍ଧି ଲୋକସଭାରେ ହଙ୍ଗାମା କରିଥିଲେ । ପରେ ଉଭୟ ଗୃହକୁ ମୁଲତବି କରାଯାଇଛି । ଲୋକସଭା ସଚିବାଳୟ ଦ୍ବାରା ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ସାଂସଦ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ।  

ସୋମବାର ରାଜ୍ୟସଭା ଓ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆଦାନୀ ଓ ରାହୁଲ ଗାନ୍ଧିଙ୍କ ମୁଦ୍ଦା ଉଠାଇ ହଙ୍ଗାମା କରିଥିଲେ କଂଗ୍ରେସ ସାଂସଦ । ଗୃହକୁ ଚାଲିବାକୁ ଦିଆଯାଇନଥିଲା । ଏହା ପରେ ରାଜ୍ୟସଭାକୁ  ୨ଟା ପର୍ଯ୍ୟନ୍ତ ଓ ଲୋକସଭାକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

ବିପକ୍ଷ ଦଳ ସଂସଦରେ ପହଞ୍ଚିବା ପୂର୍ବରୁ କଂଗ୍ରେସର ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ । ଏହି ମିଟିଂରେ  କଂଗ୍ରେସ, ଡିଏମକେ, ସମାଜବାଦୀ ପାର୍ଟି, ଜେଡିୟୁ, ବିଏସପି, ସିପିଏମ, ସିପିଆଇ, ଆଇୟୁଏମଏଲ, ଏମଡିଏମରେ, କେସି, ଆରଏସପି, ଆପ୍, ଜାମ୍ମୁ-କାଶ୍ମୀର ଏନସି, ଉଦ୍ଧାବ ଠାକରେଙ୍କ ଶିବସେନା ସାଂସଦ ମାନେ ସାମିଲ ହୋଇଥିଲେ । ଏହି ମିଟିଂ ଅଧିକାଂଶ ନେତା କଳା ପୋଷାକ ପରିଧାନ କରି ସାମିଲ ହୋଇଥିଲେ । ସବୁଠାରୁ ବଡ଼ କଥା ହେଲା କଂଗ୍ରେସ ଠାରୁ ଦୂରେଇ ରହୁଥିବା ତୃଣମୂଳ କଂଗ୍ରେସ ବିପକ୍ଷଙ୍କ ଲଢ଼େଇରେ ଏଣ୍ଟ୍ରି ମାରିଛି । ଟିଏମସି ସାଂସଦ ମାନେ କଳା ପୋଷାକ ପିନ୍ଧି ବୈଠକରେ ଯୋଗ ଦେଇଥିଲେ ।

   Related Posts