ରାଜ୍ୟ ସରକାରଙ୍କୁ ଘେରିବାକୁ ସଜବାଜ, ପଞ୍ଚାୟତରୁ ରାଜଧାନୀ ତେଜିବ ପଲିଟିକ୍ସ, ଅଣ୍ଟା ଭିଡ଼ିଲେ ବିଜେପି-କଂଗ୍ରେସ

Published By : Prameya-News7 Bureau | November 13, 2023 IST

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ । ବିନା ପଲ୍ଲୀସଭାରେ ସରକାରୀ କାମ ହେଉଥିବା ଅଭିଯୋଗ କରିଛନ୍ତି । ଯାହାକୁ ଆଧାର କରି ବିଜେପି କାଲିଠୁ ୧୮ ତାରିଖ ଯାଏ ବ୍ଲକ ଆଗରେ ବିକ୍ଷୋଭ କରିବ ।  ସେପଟେ ଡିସେମ୍ବର ୧ରେ ତୁଳସୀ ଯାତ୍ରା କରିବାକୁ ଘୋଷଣା କରିଛି କଂଗ୍ରେସ । ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି ବିରୋଧୀ ଯେତେ ଯାହା କଲେବି ଲୋକ ଗ୍ରହଣ କରିବେନି ।

wp:heading {"level":4}

ଅଧିକ ପଢନ୍ତୁ- ୨୦୨୪ରେ କିଏ ହାତେଇବ କେତେ ସିଟ୍, ଚାଲିଛି ଅଙ୍କ କଷା, ରାଜନୀତି ସରଗରମ

/wp:heading

ପଞ୍ଚାୟତରୁ ରାଜଧାନୀ ତେଜିବ ପଲିଟିକ୍ସ। ସରକାରଙ୍କୁ ଘେରିବାକୁ ବିରୋଧୀ ଦେଲେଣି ରଣହୁଂକାର। ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି। କଂଗ୍ରେସ କରିବ ତୁଳସୀ ଯାତ୍ରା। ଗ୍ରାମାଞ୍ଚଳ ବିକାଶ ପାଇଁ ରାଜ୍ୟ ସରକାର ସବୁ ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ କରିଥିବା ବେଳେ ବିଜେପି ଆଣିଛି ସରକାରୀ ଅର୍ଥ ହରିଲୁଟ ଅଭିଯୋଗ। ବିଜେପିର ଅଭିଯୋଗ-  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା , ମନରେଗା କାମରେ  ପିସି କାରବାର, ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ ତୋଷରପାତ ହୋଇଛି।  ବିନା ପଲ୍ଲୀସଭାରେ କାମ କରି ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଯୋଜନା ହୋଇଛି। ଏହାର ପ୍ରତିବାଦରେ କାଲିଠୁ ୧୮ ତାରିଖ ଯାଏ ରାଜ୍ୟର ସବୁ ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି ।

{"id":869312,"sizeSlug":"full","linkDestination":"none"}

ସରକାରଙ୍କୁ ଘେରିବାକୁ ଡିସେମ୍ବର ୧ରୁ କଂଗ୍ରେସ କରିବ ତୁଳସୀ ଯାତ୍ରା। କଂଗ୍ରେସର ଦାବି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲାଯାଉ, ରତ୍ନ ଭଣ୍ଡାର ଖୋଲୋଯାଉ, ରତ୍ନ ଗଣତି କରାଯାଉ ଓ ରତ୍ନ ଭଣ୍ଡାର ମରାମତି କରାଯାଉ। କଂଗ୍ରେସ କର୍ମୀ ପଂଚାୟତରୁ ଜିଲ୍ଲା ଯାଏଁ ତୁଳସୀ ସଂଗ୍ରହ କରିବେ । ସଂଗୃହିତ ତୁଳସୀକୁ ଜିଲ୍ଲା ସଭାପତିମାନେ ଭୁବନେଶ୍ବର ଆଣିବେ।  କଂଗ୍ରେସ ଭବନରୁ ଏସବୁ ତୁଳସୀ ଧରି ଭୁବନେଶ୍ବରରୁ ପୁରୀ ଯାଏଁ ତୁଳସୀ ଯାତ୍ରା କରିବ କଂଗ୍ରେସ।  ଆଉ  ପୁରୀରେ କଂଗ୍ରେସ କରିବ ସମାବେଶ। 

{"id":869313,"sizeSlug":"full","linkDestination":"none"}

୨୦୨୪ରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାସନ ଗାଦିରେ ବସାଇବାକୁ ବିକାଶକୁ ଅସ୍ତ୍ର କରିଛି ବିଜେଡି । ବିଜେଡି ଶାସନରେ ଲୋକଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇ ପୁଣି ସମର୍ଥନ ହାସଲ ଯୋଜନାରେ ରହିଛି । ବିଜେଡି ବିକାଶର ଦ୍ବାଦି ଦେଇ ବିରୋଧୀଙ୍କୁ କଡା ଜବାବ ଦେଇଛି । ବିଜେଡି କହିଛି ବିରୋଧୀ ଯେତେ ବ୍ଲକ କି ପଞ୍ଚାୟତ ଘେରିଲେ ଲୋକେ ତାକୁ ଗ୍ରହଣ କରିବେନି । ରାଜ୍ୟବାସୀ ବିକାଶ ସହ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଉଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି ଲୋକଙ୍କ ପାଖରେ ପହଁଚିବାକୁ ଉଭୟ ଶାସକ ଓ ବିରୋଧୀଙ୍କ ଭିତରେ ପ୍ରତିଯୋଗିତା ସେତିକି ବଢି ଚାଲିଛି ଯାହା ରାଜ୍ୟ ରାଜନିତୀକୁ ଉଷ୍ମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.