ପିଲାଙ୍କ ଖେଳ ପଡିଆରେ ହଷ୍ଟେଲ ଅତିରିକ୍ତ ଗୃହ ନିର୍ମାଣ ଉଦ୍ୟମକୁ ବିରୋଧ, ଠିକାଦାର ଓ ଯନ୍ତ୍ରୀଙ୍କ ଉପରକୁ ଉଠିଲା ଅଙ୍ଗୁଳି
21/12/2022 at 10:57 PM

ଫୁଲବାଣୀ: ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଓଡିଶାରେ ହକି ଖେଳକୁ ପ୍ରୋତ୍ସାହନ ଦେଇ ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ କରୁଥିବାବେଳେ ଏପଟେ ଫୁଲବାଣୀ ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ରେ ଥିବା ଖେଳପଡିଆ କୁ ନଷ୍ଟ କରି ସେଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅତିରିକ୍ତ ହଷ୍ଟେଲ ଗୃହ ନିର୍ମାଣ କରିବାନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି l ଫଳରେ ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l
ବର୍ତ୍ତମାନ ଉକ୍ତ ପଡିଆରେ ଖେଳ ଚାଲିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ସିନିୟର ଟିସିଙ୍କ ଉପସ୍ଥିତିରେ ବୁଧବାର ଜେ ସିବି ଆଣି ଜୋର ଜବରଦସ୍ତ ଖେଳପଡିଆ ଭିତରେ ଫାଉଂଡେସନ ଖୋଳାଯାଉଥିବା ଦେଖିବାକୁ ମିଳିଛି l ହଷ୍ଟେଲ ନିର୍ମାଣ ପାଇଁ ଅନ୍ୟ ଖାଲି ସ୍ଥାନ ଥିବା ବେଳେ ହଷ୍ଟେଲ ଗୃହ ନିର୍ମାଣ ପାଇଁ ପଡିଆକୁ ଖୋଳିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି l
ଠିକାଦାର ଓ ଯନ୍ତ୍ରୀ ମିଶି ଲକ୍ଷାଧିକ ଟଙ୍କା ହରିଲୁଟ କରିବାକୁ ଖେଳ ପଡିଆ କୁ ନଷ୍ଟ କରି ଏଭଳି ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି l ଅନ୍ୟ ଖାଲିସ୍ଥାନ ଟି ଗାତ ହୋଇଥିବାରୁ ସେଠାରେ ଠିକାଦାର ଙ୍କୁ ମାଟି ଭର୍ତ୍ତି କଲେ କାଳେ କ୍ଷତି ହେବ ଆଉ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ପିସି ମିଳିବନି ସେଥିପାଇଁ ଯନ୍ତ୍ରୀ ଏଭଳି ହୀନ ଚକ୍ରାନ୍ତ କରୁଥିବା କୁହାଯାଉଛି l ଏ ନେଇ ଯନ୍ତ୍ରୀ ଙ୍କୁ ପଚାରିଲେ ଖେଳରୁ କଣ ମିଳିବ, ଆମର ଯେଉଁଠି ସୁବିଧା ସେଇଠି ହେବ ବୋଲି କହୁଛନ୍ତି l ଯାହାକି ହାସ୍ୟାସ୍ପଦ l
ଜିଲାପାଳ ଖୋଦ ନିଜେ ଆସି ଦେଖନ୍ତୁ ଆଉ ସ୍ଥାନ ନିରୂପଣ କରନ୍ତୁ ବୋଲି ଅଭିଭାବକ ମାନେ ଦାବିକରିଛନ୍ତିl ଏ ପଟେ ଆମ ପଡିଆ ନଷ୍ଟ କଲେ ଆମେ କେଉଁଠି ଖେଳିବୁ ବୋଲି କହୁଛନ୍ତି l ୫ ଟି ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟରେ ଖେଳ ପଡିଆର ଉନ୍ନତିକରଣ ପାଇଁ ଗତ କିଛିମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ କରି ସମତୁଲ କରି କ୍ରୀଡାରଉପଯୋଗୀ କରାଯାଇଥିଲା l ଏବେ ନଷ୍ଟ କରାଯାଉଥିବାରୁ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l