suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମହିଳା ଓକିଲଙ୍କୁ ବିଚାରପତି ନିଯୁକ୍ତ ପାଇଁ କଲେଜିୟମଙ୍କ ସୁପାରିଶକୁ ବିରୋଧ, ଜାଣନ୍ତୁ କ’ଣ ଏହି ମାମଲା

3/02/2023 at 9:28 AM

ନୂଆଦିଲ୍ଲୀ,୦୩/୦୨: ମହିଳା ଓକିଲଙ୍କୁ ବିଚାରପତି ନିଯୁକ୍ତ କରିବାକୁ ବାର୍‌ ଆସୋସିଏସନର ବିରୋଧ। ମାଡ୍ରାସ୍‌ ହାଇକୋର୍ଟ ବାର୍‌ ଆସୋସିଏସନର ଏକ ଗ୍ରୁପ୍ ଜଣେ ଅବସରପ୍ରାପ୍ତ ଓକିଲ ଲକ୍ଷ୍ମଣ ଚନ୍ଦ୍ର ଭିକ୍ଟେରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟରେ ବିଚାରପତି ନିଯୁକ୍ତ କରିବାକୁ ବିରୋଧ କରିଛନ୍ତି। ଲକ୍ଷ୍ମଣାଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ତେବେ ଏହି ସୁପାରିଶ ବିରୋଧ କରାଯାଇଛି ଏବଂ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଦାବି ଓକିଲଙ୍କ ଏହି ଗ୍ରୁପ୍‌।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ହାଇକୋର୍ଟ କଲେଜିୟମକୁ ପଠାଇଥିବା ଚିଠିରେ ଓକିଲଙ୍କ ଗ୍ରୁପ୍ କଲେଜିୟମଙ୍କ ସୁପାରିଶ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଏପରି କରିବା ଦ୍ବାରା କୋର୍ଟଙ୍କ ସ୍ବତନ୍ତ୍ରତା ଦୁର୍ବଳ ହୋଇଯିବ। ବରିଷ୍ଠ ଓକିଲ ଏନ ଜି ଆର ପ୍ରସାଦ, ଆର ବୈଗେଇ, ଅନ୍ନା ମ୍ୟାଥ୍ୟୁ, ନାଗସୈଲା ଏବଂ ସୁଧା ରାମଲିଙ୍ଗମଙ୍କ ସହ ୨୨ ଓକିଲଙ୍କ ହସ୍ତାକ୍ଷର ନୋଟିସ୍‌ରେ କୁହାଯାଇଥିଲା ଯେ ଗୌରୀ ନିଜେ ଏହା ସ୍ବୀକାର କରିଛନ୍ତି ଯେ ସେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ମହାସଚିବ ଅଟନ୍ତି।

ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ସଞ୍ଚୟ କିଶନ କୌଲ ଏବଂ ବିଚାରପତି କେ ଏମ ଜୋସେଫ୍‌ଙ୍କ ସଦସ୍ୟତା ଥିବା କଲେଜିୟମ ଗୌରୀ ଏବଂ ଅନ୍ୟ ଚାରି ଓକିଲଙ୍କୁ ମାଡ୍ରାସ୍ ହାଇକୋର୍ଟର ବିଚାରପତି ନିଯୁକ୍ତ କରିବାକୁ ୧୭ ଜାନୁଆରୀକୁ ପ୍ରସ୍ତାବ ଦେଇଥିଲେ।

   Related Posts