Bafta Awards 2024: ବାଜି ମାରିଲା ‘ଓପେନହାଇମର’, ଜାଣନ୍ତୁ ୱିନର୍ସଙ୍କ ପୂରା ଲିଷ୍ଟ

Published By : Prameya-News7 Bureau | February 20, 2024 IST

ମୁମ୍ଵାଇ ୨୦।୦୨: ଗୋଲ୍ଡେନ୍‌ ଗ୍ଲୋବ୍‌, କ୍ରିଟିକ୍ସ ଚଏସ୍‌ ମୁଭି ଆୱାର୍ଡସ୍‌ ପରେ ବାଫ୍‌ଟା  (ବ୍ରିଟିଶ ଏକାଡେମୀ ଅଫ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଆର୍ଟସ୍‌)  ଆୱାର୍ଡସ୍‌ରେ ବାଜିମାତ୍‌ କରିଛି ଖ୍ରିଷ୍ଟୋଫର ନୋଲନ୍‌ଙ୍କ ଚର୍ଚ୍ଚିତ  ବାୟୋଲୋଜିକାଲ ଥ୍ରିଲର ‘ଓପେନ୍‌ହାଇମର’ । ଶ୍ରେଷ୍ଠ ଚଳଚ୍ଚିତ୍ର,  ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ  ଭଳି ୭ ବଡ଼ ପୁରସ୍କାର ଜିତି ଏହା ପୁଣି ନିଜର ଦବ୍‌ଦବା  ଜାହିର କରିଛି । ବାଫ୍‌ଟାରେ ଏହା ୧୩ ବିଭାଗରେ ନୋମିନେଟ୍‌  ହୋଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । ଫିଲ୍ମ  ‘ପୁଅର୍‌ ଥିଙ୍ଗ୍‌ସ’ ୫ ବିଭାଗରେ ପୁରସ୍କାର ହାସଲ କରିଛି ।

ଏହି  ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଏମା ଷ୍ଟୋନ୍‌ ।  ୯ ବିଭାଗରେ ନୋମିନେଟ୍‌ ହୋଇ ବାଫ୍‌ଟା ରେସ୍‌ରେ ଥିବା  ମାର୍ଟିନ୍‌ ସ୍କର୍‌ସେସ୍‌ଙ୍କ ‘କିଲର୍ସ ଅଫ୍‌ ଦ ଫ୍ଲାୱାର୍‌ ମୁନ୍‌’ କୌଣସି  ବିଭାଗରେ ପୁରସ୍କାର ହାସଲ କରି ପାରିନାହିଁ । ସେହିପରି  ବାଫ୍‌ଟାରୁ ଖାଲି ହାତରେ ଫେରି ପ୍ରଶଂସକଙ୍କୁ ନିରାଶ କରିଛି  ଗ୍ରେଟା ଗରୱିଗ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବାର୍ବି’ । ୭୭ତମ  ବାଫ୍‌ଟା ଆୱାର୍ଡସ୍‌ର ସଂଚାଳନା କରିଥିଲେ ସ୍କଟିଶ୍‌ ଅଭିନେତା  ଡେଭିଡ୍‌ ଟେନାଣ୍ଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.